|
logo
Live

Argus News - ଟ୍ରାକ୍ଟର ଧକ୍କାରେ ନାବାଳକଙ୍କ ମୃତ୍ୟୁ

Odisha

ଟ୍ରାକ୍ଟର ଧକ୍କାରେ ନାବାଳକଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago·1 min read
ଟ୍ରାକ୍ଟର ଧକ୍କାରେ ନାବାଳକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଟ୍ରାକ୍ଟର ଧକ୍କାରେ ଜଣେ ନାବାଳକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଗରପଡ଼ା ଥାନା ଧାନଘର ଗାଁରେ ଟ୍ରାକ୍ଟର ଧକ୍କାରେ ସାଇକେଲ ନେଇ ଯାଉଥିବା ଧାନଘର ଗାଁର ଜଣେ ନାବାଳକଙ୍କ  ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ୨ନାବାଳକ ସାଇକେଲ ଯୋଗେ ସ୍କୁଲରୁ ନିଜ ଘର ଆଡ଼କୁ ଯାଉଥିବା ସମୟରେ ଅପରପାର୍ଶ୍ୱରୁ ଧାନ ଢ଼ାଳି ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ସାଇକେଲ ଚଳାଉଥିବା ନାବାଳକ ଜଣକ ଗୁରୁତର ହୋଇଥିବା ବେଳେ ପଛରେ ବସିଥିବା ଅନ୍ୟ ଜଣେ ନାବାଳକ ଆହତ ହୋଇଛନ୍ତି।  ସ୍ଥାନୀୟ ଲୋକେ ୨ଜଣଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ଗୁରୁତର ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ପଟେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭରକୁ କାବୁ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି।  

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଟ୍ରାକ୍ଟର ଧକ୍କାରେ ନାବାଳକଙ୍କ ମୃତ୍ୟୁ | Argus News