ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ
·2 years ago

ଅର୍ଗସ ବ୍ୟୁରୋ: ପୋଖରୀରେ ସ୍ନାନ କରିବା ବେଳେ ନାବାଳକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ବ୍ରାହ୍ମଣ୍ଡୀ ଗ୍ରାମରେ । ବାପାଙ୍କ ସହିତ ନାବାଳକ ଜଣକ ଗାଁ ପୋଖରୀକୁ ସ୍ନାନ କରିବା ପାଇଁ ଯାଇଥିଲା ହେଲେ ହଠାତ ଅସାବଧାନତା ବଶତଃ ନାବାଳକ ଜଣକ ବାପାଙ୍କ ଆଖି ସାମ୍ନାରେ ପୋଖରୀରେ ବୁଡି ଯାଇଥିଲା । ଉପସ୍ଥିତ ଲୋକମାନେ ଉଦ୍ଧାର କରି ଟାଙ୍ଗି ମେଡ଼ିକାଲ ଆଣିଥିଲେ କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଡାକ୍ତର ବାବୁ ନାବାଳକ କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ବ୍ରାହ୍ମଣ୍ଡୀ ଗ୍ରାମର ଶରତ ମୁଦୁଲି ଓ ତାଙ୍କର ନାବାଳକ ପୁଅ ଲୋକନାଥ ( ବୟସ - ୧୧ ) ଗାଁ ପୋଖରୀ କୁ ସ୍ନାନ କରିବା ପାଇଁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ନାବାଳକ ଲୋକନାଥ ର ମୃତ୍ୟୁ ଘଟିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
