ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ
·2 years ago·1 min read

ଅର୍ଗସ ବ୍ୟୁରୋ: କାର୍ତ୍ତିକ ପୂର୍ଣ୍ଣିମାରେ ଆଜି ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି। ପୋଖରୀରୁ ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାସୁଦେବପୁର ଥାନା ପଢ଼ୁଆଁ ଗାଁରେ। ମୃତକ ନାବାଳିକା ଜଣଙ୍କ ହେଲେ ରତ୍ନାକର ମହାଳିକଙ୍କ ଝିଅ ଝାନସୀ ରାଣୀ ମହାଳିକ।
ତେବେ ନାବାଳିକା ଜଣକ ଆଜି ଡଙ୍ଗା ଭସା ପୂର୍ଣ୍ଣମୀ ପାଇଁ ଭସା ଯାଇଥିବା ଡଙ୍ଗାକୁ କାଢ଼ିବାକୁ ପୋଖରୀ ଭିତରକୁ ଚାଲିଯାଇଥିଲେ ସେହି ପୋଖରୀ ଭିତରେ ନାବାଳିକା ଜଣକ ବୁଡିଯାଇଥିଲେ। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ଅନନ୍ତପୁର ଫାଣ୍ଡି ପୋଲିସ ସୋର ଡାକ୍ତରଖାନା ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: