ଗାଧୋଇବା ବେଳେ ବୁଡିଗଲେ ନାବାଳକ
·1 year ago

ଗଜପତି: ଗାଧୋଇବା ବେଳେ ପାଣିରେ ବୁଡ଼ିଁ ନାବାଳକ ମୃତ l ଏଭଳି ଏକ ଦୁଃଖଦ ଘଟଣା ଘଟି ଯାଇଛି ଗଜପତି ଜିଲ୍ଲା ଅଡବା ଥାନା ହରଭଙ୍ଗି ଡ୍ୟାମରେ । ମୃତ ନାବାଳକ ଜଣକ ହେଲେ, ଅଡବା ଥାନା ମଝିକିରିମ୍ବା ଗ୍ରାମର ରନ୍ ବଳିଆରସିଂ । ହରଭଙ୍ଗି ଡ୍ୟାମ ନିକଟରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନଙ୍କର ଏକ ଯାତ୍ରା ପର୍ବ ଚାଲିଥିବା ବେଳେ ତିନି ଜଣ ନାବାଳକ ଡ୍ୟାମ୍ କୁ ଗାଧୋଇବାକୁ ଯାଇଥିଲେ l
ସେମାନେ ଗାଧୋଇବା ସମୟରେ ଜଣେ ନାବାଳକ ଜଣକ ପାଣିରେ ବୁଡି ନିଖୋଜ ହୋଇଯାଇ ଥିଲା ଖବର ପାଇ ଅଗ୍ନିଶମ ବାହିନୀ ଙ୍କ ଦୀର୍ଘ 4 ଘଣ୍ଟା ଅକ୍ଲାନ୍ତ ପରିଶ୍ରମପରେ ନାବାଳକର ମର ଶରୀର ମିଳିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଅସୋନ୍ତୋସ ଦେଖା ଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: