Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ଦିନରେ ତିନିଟି ଜୀବନ ନେଇଛି ଅଭିଯୁକ୍ତ ନାବାଳକ

Banajyotshna Ray
Browse all articles by Banajyotshna Ray
·2 years ago
ଦୁଇ ଦିନରେ ତିନିଟି ଜୀବନ ନେଇଛି ଅଭିଯୁକ୍ତ ନାବାଳକ

ଅର୍ଗସ ବ୍ୟୁରୋ:  ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣୀ ଛକ ନିକଟରେ ଜଣେ ନାବାଳକ ତିନି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇ ଦିନରେ ତିନିଟି ଜୀବନ ନେଇଛି ଅଭିଯୁକ୍ତ ନାବାଳକ । ଗତକାଲି ନାବାଳକ ଜଣଙ୍କ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମୃତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଆଜି ନାବାଳକର ଆଇଙ୍କ ମୃତଦେହ ମିଳିଛି । ତାଙ୍କୁ ନାବାଳକ ଜଣଙ୍କ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ରାଇମଣୀ ଛକ ନିକଟ ଏକ ବୁଦା ମୂଳରୁ ନାବାଳକର ଆଇ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ମିଳିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A minor has killed three people | Argus News