Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ନାବାଳକକୁ ୧୦ବର୍ଷ କାରାଦଣ୍ଡ

Smruti Parija
Browse all articles by Smruti Parija
·2 years ago·2 min read
ନାବାଳିକାକୁ ଅସଦାଚରଣ ଅଭିଯୋଗରେ ନାବାଳକକୁ ୧୦ବର୍ଷ କାରାଦଣ୍ଡ

ମୟୂରଭଞ୍ଜ: ମୟୂରଭଞ୍ଜ ଅତିରିକ୍ତ ଦୌରା ଜଜ୍‌ (୧) ତଥା ଶିଶୁ କୋର୍ଟର ପ୍ରିଜାଇଡିଙ୍ଗ ଅଫିସର ବିଚାରପତି ସତ୍ୟ ନାରାୟଣ ପାତ୍ର ସୋମବାର ନାବାଳିକାକୁ ଅସଦାଚରଣ ଅଭିଯୋଗର ବିଚାର କରି ମାମଲାର ରାୟ ପ୍ରକାଶ କରିଛନ୍ତି । ନାବାଳକକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୧ମାସର କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ନାବାଳକ ଜଣକ ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅଞ୍ଚଳର । 

ସୂଚନାଯୋଗ୍ୟ, ଦୋଷୀ ସାବ୍ୟସ୍ତ ନାବାଳକ ଜଣକ ଗତ ୧୫/୦୬/୨୦୨୨ରେ ଜୈନିକ ନାବାଳିକାକୁ ଅସଦାଚରଣ କରିଥିଲେ । ନାବାଳିକା ଜଣକ ରଜ ପୂର୍ଣ୍ଣିମାରେ ଘର ସମ୍ମୁଖରେ ଖେଳି ଥିଲେ । ତେବେ କିଛି ସମୟ ପରେ ନାବାଳିକା ଜଣକ ସେଠାରେ ନଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ପାଇନଥିଲେ । କିଛି ସମୟ ପରେ ନାବାଳକ ଜଣକ ଘର ପାଖ ପଡ଼ିଆରୁ ନାବାଳିକାକୁ ନେଇ ଆସୁଥିବା ଦେଖିବାକୁ ପାଇଥିଲେ । 

ତେବେ ପରିବାର ଲୋକେ ନାବାଳିକାକୁ ଘରକୁ ନେଇ ଯାଇଥିଲେ । ତହିଁ ପରଦିନ ନାବାଳିକା ଠାରୁ ତାଙ୍କୁ ନାବାଳକ ଜଣକ ପଡ଼ିଆକୁ ନେଇ ଅସଦାଚରଣ କରିଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ସ୍ଥାନୀୟ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ନାବାଳକକୁ ଗିରଫ କରି ସ୍ୱାଧ୍ୟାର ଗୃହକୁ ପଠାଇ ଦେଇଥିଲେ। ୧୪ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ନାବାଳକ ଜଣକ ୨୧ବର୍ଷ ହେବା ପର୍ଯ୍ୟନ୍ତ ରାଉରକେଲା ଠାରେ ଏକ ସୁରକ୍ଷିତ ସ୍ଥାନରେ ରଖାଯିବ। ୨୧ବର୍ଷ ପରେ ବାରିପଦା ସ୍ଥିତ ମଣ୍ଡଳ କାରାଗାରକୁ ଅଣାଯିବ ବୋଲି ରାୟରେ ଉଲ୍ଲେଖ ରହିଛି। ଉକ୍ତ ମାମଲାକୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
A minor was sentenced to 10 years in prison for molesting a minor | Argus News