କଟକ ସହର ଇତିହାସରେ ଯୋଡି ହେଲା ନୂଆ ଫର୍ଦ୍ଦ
·2 years ago·1 min read

ଅର୍ଗସ ବ୍ୟୁରୋ: କଟକ ସହର ଇତିହାସରେ ଯୋଡି ହେଲା ନୂଆ ଫର୍ଦ୍ଦ। ହଜାରେ ନୁହେଁ 14ଶହ ବର୍ଷ ପୁରୁଣା କଟକ ସହର । ବାରବାଟୀ ଦୁର୍ଗରେ ଏଏସଆଇ ପକ୍ଷରୁ ଚାଲିଥିବା ଖନନ ବେଳେ ମିଲିଲା ତଥ୍ୟ । ପ୍ରାଚୀନ ସଭ୍ୟତାର କିର୍ତ୍ତୀରାଜି, ଭଗ୍ନାବଶେଷ ଓ ଶଙ୍ଖା ଉଦ୍ଧାର ହୋଇଛି । କେବଳ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ନୁହେଁ ଆରବ ଦେଶ, ଚାଇନା, ମିଆଁମାର ସହ କଟକର ବାଣିଜ୍ୟ କାରବାର ସମ୍ପର୍କ ରହିଥିବା ଭଗ୍ନାବଶେଷରୁ ସ୍ପଷ୍ଟ ହୋଇଛି।
ଉଦ୍ଧାର ହୋଇଥିବା ଭଗ୍ନାବଶେଷ ୬୦୦ ରୁ ୯୦୦ ଖ୍ରୀଷ୍ଟାବ୍ଦ ସମୟର ବୋଲି ଜଣା ପଡିଛି। ଖନନରୁ ୬୦୦ ଖ୍ରୀଷ୍ଟାବ୍ଦର ଧଳା ପଥର ସହ ଭିଏତନାମ, ଚୀନ, ଆରବ ଦେଶର ବହୁ ଭଗ୍ନାବଶେଷ ମିଳିଛି। କିଛି ପତ୍ରରେ ଚୀନ ଓ ଆରବ ଭାଷାରେ ଲେଖାଥିବା ଜଣାପଡ଼ିଛି। ଗଙ୍ଗ ବଂଶ ପୂର୍ବରୁ ସୋମବଂଶ ସମୟରେ ବ୍ୟବହାର ହେଉଥିବା ପାତ୍ର ମଧ୍ୟ ଉଦ୍ଧାର ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: