ବୁଦାମୂଳରୁ ମିଳିଲା ନବଜାତ ଶିଶୁ
·1 year ago·1 min read

ଅର୍ଗସ ବ୍ୟୁରୋ: କଟକ ଜିଲ୍ଲା ବାଙ୍କୀଗଡ଼ ନିକଟସ୍ଥ ସୁନଦେଇ ପାହାଡ ବାଲିଘାଟ ବୁଦା ନିକଟରେ କୁଁଆ କୁଁଆ ଡାକ ଶୁଣି ଥିଲେ ହରିରାଜ୍ ପୁର ଗ୍ରାମର ସ୍ଵାମୀ ପରିତ୍ୟକ୍ତା ଜଣେ ମହିଳା। ତାଙ୍କ ନାଁ ହେଉଛି ବର୍ଷା ଭୋଇ। ବ୍ରହ୍ମପୁରା ଗ୍ରାମର ନିଜର ସମ୍ପର୍କୀୟଙ୍କ ଘରୁ ସେହି ବାଟେ ବାଙ୍କୀ ଆସୁଥିବା ବେଳେ କୁଆଁ କୁଆଁ ଡାକ ତାକୁ ଅଟକାଇ ଦେଇଥିଲା।
ସଙ୍ଗେ ସଙ୍ଗେ ଯାଇ ଶିଶୁପୁତ୍ରଟିକୁ ଦେଖିବା ବେଳକୁ ଶୀତରେ ଥୁରୁ ଥୂରୁ ହୋଇ କାନ୍ଦୁଥିବାର ଦେଖି କୋଳରେ ଧରି ଘରକୁ ଆସି ରଖି ତାର ଅବସ୍ଥା ଡେଖି ଖୁସି ହୋଇ ଯାଇଥିଲା। କିନ୍ତୁ ଏହି ଖବର ଚାଇଲ୍ଡ ହେଲ୍ପ ଲାଇନ ଖବର ପାଇ ବାଙ୍କୀ ପୋଲିସ ସହିତ ଆସି ଶିଶୁପୁତ୍ରଟିକୁ ନେଇ ଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳା ଜଣକ। ତାଙ୍କର ଗୋଟିଏ ଝିଅଟିଏ ଅଛି। ଏହି ତିନି ଦିନର ଶିଶୁପୁତ୍ରକୁ ଧରି ସାରା ଜୀବନ ଚଳିଥାଆନ୍ତେ ବୋଲି କହିଛନ୍ତି। ତେଣୁ ସେ ପାଇଥିବା ଶିଶୁ ପୁତ୍ରକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: