ନଦୀରୁ ମିଳିଲା ନବଜାତକ ମୃତଦେହ
·1 year ago

ଅର୍ଗସ ବ୍ୟୁରୋ: ନଦୀରୁ ମିଳିଲା ନବ ଜାତକ ଶିଶୁ ପୁତ୍ରର ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା କଇଁସାରି ଜାମୁଘାଟ ପୋଲ ନିକଟରେ। ପ୍ରବାହିତ ଦେଓ ନଦୀରେ ଏକ ଶିଶୁର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହା ପରେ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଦୀ ଭିତରେ ଏକ ବାଉଁଶ ଝାଡ଼ିରେ ଲାଗି ରହିଥିବା ମୃତଦେହ ଉଦ୍ଧାର କରିଥିଲା।
ଉଦ୍ଧାର ହେବା ପରେ ମୃତଦେହଟି ଏକ ନବଜାତକ ଶିଶୁପୁତ୍ରର ହୋଇଥିବା ଜଣାପଡିବା ସହିତ ମୃତଦେହକୁ ଉଦଳା ମେଡିକାଲକୁ ନେଇଛି ପୋଲିସ। ତେବେ ଶିଶୁ ପୁତ୍ର ଜନ୍ମ ହେବା ପରେ କେହି ତାକୁ ନଦୀରେ ପକାଇ ଦେଇଥିବା ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: