Videos
|
Odisha

ପାରିବାରିକ ଝଗଡ଼ାରୁ ଜୀବନ ହାରିଲେ ନବ ବିବାହିତା ବଧୂ

Manini Pattanayak
Browse all articles by Manini Pattanayak
·2 years ago
ପାରିବାରିକ ଝଗଡ଼ାରୁ ଜୀବନ ହାରିଲେ  ନବ ବିବାହିତା ବଧୂ

ମୟୂରଭଞ୍ଜ:  ପାରିବାରିକ ଝଗଡ଼ାରୁ ନବ ବିବାହିତା ବଧୂ ଫାଶୀ ଲଗେଇ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ ବେଲପାହାଡି ଗ୍ରାମରେ।

ସୂଚନା ଅନୁସାରେ ଗତ ୧ ଅକ୍ଟୋବର ଦିନ ସ୍ବାମୀ ସ୍ତ୍ରୀଙ୍କ ଭିତରେ ପାରିବାରିକ ଝଗଡ଼ା ହୋଇ ଥିଲା।ଏହି ଝଗଡ଼ାରୁ ଗତ କାଲି ସ୍ବାମୀ ଗୁପାତ ହେମ୍ବ୍ରମ୍ ଅନ୍ୟତ୍ର ରୁମରେ ଯାଇ ଶାଇଥିଲେ। ଉକ୍ତ ରାତିରେ ତାଙ୍କର ସ୍ତ୍ରୀ ପିନ୍ଧିଥିବା ଶାଢିରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଶବ ବେବଚ୍ଛେଦ କରାଇ ୨୮/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: