Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଆସିପାରେ ଅନାସ୍ଥା ପ୍ରସ୍ତାବ

Odisha

ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଆସିପାରେ ଅନାସ୍ଥା ପ୍ରସ୍ତାବ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଆସିପାରେ ଅନାସ୍ଥା ପ୍ରସ୍ତାବ

ଅର୍ଗସ ବ୍ୟୁରୋ:  ବିଜେଡି ବିଧାୟକଙ୍କ ଲୁଚାଛପା ବୈଠକ। ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଆସିପାରେ ଅନାସ୍ଥା ପ୍ରସ୍ତାବ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ରମାକାନ୍ତ ଭୋଇ ରଘୁନାଥପୁର ସ୍ଥିତ ଏକ ଘରୋଇ ମଣ୍ଡପରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରାଙ୍କ ବିରୋଧରେ ଅନାସ୍ଥା ଆସିବା ନେଇ ଏକ ଲୁଚାଛପା ବୈଠକ ଡାକିଥିଲେ। ଯେଉଁଥିରେ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ବାଳ ସଭାପତିତ୍ବ କରିଥିଲେ। ବିଧାୟକ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରାଙ୍କ ସହ ରହିଥିବା ଘୋଷଣା କରିଥିଲେ। ଏହା ସହିତ ସେଠାରେ ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟମାନେ ଏଥିରେ ସହମତି କି ନୁହେଁ ଜାଣିବାକୁ ଚାହିଁଥିଲେ। କିନ୍ତୁ ଉତ୍ତର ବିଧାୟକଙ୍କ ନିଷ୍ପତ୍ତି ସହ ମେଳ ଖାଇନଥିଲା।

ଏହାର କାରଣ ହେଉଛି ନିର୍ବାଚନ ପରଠାରୁ ତିର୍ତ୍ତୋଲ ମାଟିକୁ ଭୁଲି ଯାଇଛନ୍ତି ବିଜେଡ଼ି ବିଧାୟକ। ଆଜି ପର୍ଯ୍ୟନ୍ତ ତିର୍ତ୍ତୋଲ ରେ ବୈଠକ କରୁ ନାହାଁନ୍ତି କି କୈାଣସି ସଭା ସମିତି କିମ୍ବା ସାଧାରଣ ଲୋକମାନଙ୍କ ପାଖକୁ ଆସୁ ନାହାଁନ୍ତି। ଯାହାକୁ ନେଇ ବିଧାୟକଙ୍କ ଉପରେ ଖପ୍ପା ଅଛନ୍ତି ତିର୍ତ୍ତୋଲ ଜନସାଧାରଣ ଓ ଲୋକ ପ୍ରତିନିଧି।ଏହା ସହିତ ମଝିରେ ମଝିରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ ବେହେରାଙ୍କ ବିରୁଦ୍ଧରେ ଅନାସ୍ଥା ଆସିବାନେଇ ସାଧାରଣରେ ହଟଚମଟ ସୃଷ୍ଟି ହୋଇଛି।ପ୍ରମୁଖ ବିରୋଧୀ ଦଳ ଏକ ଉଦ୍ୟମ କରୁଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି। ତେବେ ଏହାକୁ ନେଇ ରଘୁନାଥପୁର ର ଏକ ଘରୋଇ ମଣ୍ଡପରେ ତିର୍ତ୍ତୋଲ ବ୍ଲକ ର ୨୯ ଟି ପଞ୍ଚାୟତ ଭିତରୁ ହାତ ଗଣତି କିଛି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଏକାଠି ହୋଇ ବର୍ତ୍ତମାନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ରହିଥିବା କହିଥିଲେ।

ଯଦି ଅନାସ୍ଥା ପ୍ରସ୍ତାବ ଆସେ ତେବେ ତିର୍ତ୍ତୋଲ ବିଜେଡ଼ି ର ସମସ୍ତ କର୍ମକର୍ତ୍ତା ଚୁପ୍ ବସିବେ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।ସବୁଠୁ ବଡ଼ କଥା ହେଉଛି ତିର୍ତ୍ତୋଲ ୮ ଟି ପଞ୍ଚାୟତ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ର ହୋଇଥିବାରୁ ଉକ୍ତ ବୈଠକରେ ସେହି ପଞ୍ଚାୟତ ର କେହେ ଜଣେ ହେଲେ ପଞ୍ଚାୟତ ସ୍ତରୀୟ ଲୋକପ୍ରତିନିଧି ସାମିଲ ହୋଇନଥିଲେ। ଅନ୍ୟପଟେ ସେହି ୮ଟି ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଙ୍କୁ ନେଇ ତିର୍ତ୍ତୋଲ ର ଏକ ଘରୋଇ ମଣ୍ଡପରେ ଲୁଚିଛପି ଏକ ବୈଠକ କରିଥିଲେ ବ୍ଲକ ଅଧ୍ୟକ୍ଷ। ଖାଲି ସେତିକି ନୁହେଁ କିଛି ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ମଙ୍ଗ ମୋଡୁଛନ୍ତି। ତିର୍ତ୍ତୋଲ ରେ ବୈଠକ ନ କରି ରଘୁନାଥପୁର ରେ କାହିଁକି ଲୁଚିଛପି ବୈଠକ କଲେ ବିଧାୟକ ତାକୁ ନେଇ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୁହାଯାଉଛି ତିର୍ତ୍ତୋଲ ବ୍ଲକ ରେ ଆସିବକୁ ଥିବା ଅନାସ୍ଥାରୁ ବର୍ତ୍ତିବା ପାଇଁ ହୋଇଥିବା ଗୁପ୍ତ ବ୍ୟଠକ ଡକାଯାଇଥିଲା। ତେବେ ଏହାକୁ ନେଇ ଚିନ୍ତା ରେ ତିର୍ତ୍ତୋଲ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ।ଆଗାମୀ ଦିନରେ ତିର୍ତ୍ତୋଲ ରାଜନୀତି ରେ ଘଟିପାରେ ରାଜନୀତିକ ବିସ୍ଫୋରଣ।ଯାହାକି ସାରା ତିର୍ତ୍ତୋଲ ନିର୍ବାଚନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
A no-confidence motion may come in the name of the block chairman | Argus News