Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ

Odisha

ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ ହୋଇଛି।  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲା ନିକଟ ରାଜବନ୍ଧରେ ପଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଉଫୁଲା ଗାଁର ଭରତ ସେଠୀ । 

ଆଜି ମଧ୍ୟାହ୍ନରେ ପୋଖରୀକୁ ଭରତ ଗାଧୋଇବାକୁ ଯାଇଥିବାବେଳେ ସେଠାରେ କୌଣସି କାରଣରୁ ଖସି ପଡ଼ିଥିଲେ। କିଛି ସମୟ ପାଣିରେ ବୁଡି ଯାଇଥିବାବେଳେ ପାଖରେ ଥିବା ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କୁ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
N/A | Argus News