ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଟିଟିଲାଗଡ଼ରେ ଘଟିଛି ଦୁର୍ଘଟଣା । ବଙ୍ଗୋମୁଣ୍ଡା ୫୯ ନଂମ୍ବର ଜାତୀୟ ରାଜପଥ ପୀଚୁ ପ୍ଲାଣ୍ଟ ନିକଟରେ ଘଟିଛି ଦୁର୍ଘଟଣା । ସଡ଼କ ଦୁର୍ଘଟଣା ରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ନୂଆପଡା ଜିଲ୍ଲା ତରବୋଡ ଗାଁ ଗୋପି ଦୀପ ବୋଲି ଜଣାପଡିଛି । ଗୁରୁତର ହେଉଛନ୍ତି ଜୋଙ୍କ ଥାନା ଡୁମେରଡ଼ିହି ଗାଁ ର ରବି ଯାଦବ । ଗୁରୁତରଙ୍କୁ ଟିଟିଲାଗଡ଼ ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ମୁରିବାହାଲ ପୋଲିସ ପହଞ୍ଚି ଶବ କୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡ଼ାକ୍ତର ଖାନା କୁ ନିଆଯାଇଛି । ବାଇକ କୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: