Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶାଗୁଆନ କାଠ ଭର୍ତ୍ତି ପିକଅପ ଭ୍ୟାନ ଜବତ

Odisha

ଶାଗୁଆନ କାଠ ଭର୍ତ୍ତି ପିକଅପ ଭ୍ୟାନ ଜବତ

Ritu Das
Browse all articles by Ritu Das
·1 year ago·1 min read
ଶାଗୁଆନ କାଠ ଭର୍ତ୍ତି ପିକଅପ ଭ୍ୟାନ ଜବତ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ବନାଞ୍ଚଳ ଅଧିନ ବାଳିଆପଟା ଛକ ନିକଟରୁ ଶାଗୁଆନ କାଠଗଣ୍ଡି ବୋଝେଇ ପିକଅପ ଭ୍ୟାନ ଜବତ କରିଛି ବନବିଭାଗ।କାଠ ମାଫିଆ ମାନେ ଭୋର ସମୟରେ ଶାଗୁଆନ କାଠ ବୋଝେଇ କରି ଚୋରା ଚାଲାଣ କରୁଥିବା ଖବର ବନବିଭାଗ ନିକଟରେ ପହଞ୍ଚି ଥିଲା। 

ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଏକ ଟିମ ଗଠନ କରି ପ୍ରତେକ ଛକ ରେ ପଇଁତରା ମାରୁଥିଲା। କାଠ ଗାଡିକୁ ଦେଖିବା ପରେ ପିଛା କରିଥିଲେ ବନ କର୍ମଚାରୀ। ବାଳିଆପଟା ଛକ ନିକଟରେ କାଠ ବୋଝେଇ ଗାଡିକୁ ଛାଡି ଦୌଡ଼ି ପଳାଇଥିଲେ ମାଫିଆ। 

27 ଟି ଶାଗୁଆନ କାଠ ଗଣ୍ଡି ଓ ପିକଅପ ଭ୍ୟାନକୁ ଜବତ କରିଛି ବନ ବିଭାଗ। ଜବତ କାଠର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ। ଗାଡ଼ିରେ ଜାଲି ନମ୍ବର ପ୍ଲେଟ ଲଗାଇ ଗୌଡ଼ଗୋଠରୁ ଗାଙ୍ଗପୁର ଚୋରାଚାଲାଣ ହେଉଥିବା ତଦନ୍ତରୁ ଜାଣିବାକୁ ପାଇଛି ବନବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
A pick-up van loaded | Argus News