Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପଦାରେ ପଡିଲା 25 ବର୍ଷ ସରକାରର ବିଫଳତା ଚିତ୍ର

Odisha

ପଦାରେ ପଡିଲା 25 ବର୍ଷ ସରକାରର ବିଫଳତା ଚିତ୍ର

Manini Pattanayak
Browse all articles by Manini Pattanayak
·2 years ago·2 min read
ପଦାରେ ପଡିଲା 25 ବର୍ଷ ସରକାରର ବିଫଳତା ଚିତ୍ର

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦାଦନ ଦୁଃଖ। ପଦାରେ ପଡ଼ିଛି 25 ବର୍ଷ ସରକାରର ବିଫଳତା ଚିତ୍ର। ଗାଁ ଗାଁରେ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ। ଗଞ୍ଜାମରୁ ଆସିଲା ବଦଳୁଥିବା ଓଡିଶା ରାଜନୀତିର ଚିତ୍ର। ଉପକୂଳରୁ ଉପାନ୍ତ ସବୁଠି ଦାଦନ ଯନ୍ତ୍ରଣା। ଛତ୍ରପୁରରେ 14 ଦିନ ପରେ ଫେରିଲା ଦାଦନର ମୃତଦେହ। କେନ୍ଦ୍ରାପଡା ମହାକାଳପଡାରେ ଦାଦନ ଖଟିବାକୁ ଯାଇ ଜଣଙ୍କର ମୃତ୍ୟୁ। 25 ବର୍ଷ ସରକାରର ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ।  

 14 ଦିନ ପରେ ଗାଁକୁ ଫେରିଲା ମୃତଦେହ । ଦାଦନ ଖଟିବାକୁ ଯାଇ ବିଦେଶରେ ଜୀବନ ହାରିଥିବା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଗଲପୁର ଗ୍ରାମର କାର୍ତିକ ପ୍ରଧାନଙ୍କ ଏକ ମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ଶବ ଭିଟା ମାଟିକୁ ଫେରିଛି । ତାର ମୃତ ଦେହକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଅର୍ଗସରେ ପ୍ରଥମେ ଓ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା । ଦୀର୍ଘ ୧୪ ଦିନ ପରେ ଗାଁରେ ଆସି ପହଞ୍ଚିଲା ମୃତ ଶରୀର । ଆଉ ମୃତଦେହ ଗାଁରେ ପହଁଞ୍ଚିବା ପରେ ବାଗଲପୁର  ଶ୍ମଶାନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଶ୍ମଶାନ। 

ଏ ତ ଗଲା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର କଥା । ଆଉ ଏ ଦୃଶ୍ୟ ହେଉଛି ଉପକୂଳ ଜିଲ୍ଲା କେନ୍ଦ୍ରାପଡାର ମହାକାଳପଡା ନିର୍ବାଚନ ମଣ୍ଡଳୀର । ଆଉ ଏଠି  ଦାଦନ ଖଟିବାକୁ ଯାଇ ସୁରଟ ରେ ପଡ଼ି ରହିଛି ସ୍ୱାମୀ ର ମୃତ ଦେହ । ଆଉ ମୃତ ଶରୀର କୁ ଫେରାଇ ଆଣିବାକୁ ସ୍ତ୍ରୀ ର ଆକୁଳ ନିବେଦନ । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଡକୁଳ ପଂଚାୟତ ର ବେନୁପାଳ ଗାଁର, ସ୍ୱର୍ଗତ ବଟ ସ୍ୱାଇଁ ଙ୍କ ଏକ ମାତ୍ର ପୁଅ ସଞ୍ଜୟ ସ୍ୱାଇଁ । ଦାଦନ ଖଟିବାକୁ ସୁଦୂର ଗୁଜୁରାଟର ସୁରାଟ ର ଏକ ସୁତା ମିଲ ରେ କାମ କରି ପରିବାର ପ୍ରତି ପୋଷଣ କରୁଥଲେ । ଆଉ ସଞ୍ଜୟର ମୃତ୍ୟ ପରେ ତାଙ୍କ ଶବ ଫେରାଇ ଆଣିବା ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ସେପଟେ ଗାଁ ଗାଁରେ କରାଯାଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀଙ୍କୁ ବିରୋଧ । ଗଞ୍ଜାମରୁ ଆସିଛି ବଦଳୁଥିବା ଓଡିଶାର ରାଜନୀତି ଚିତ୍ର । ପୁଣି ହଟ୍ଟହଟ୍ଟା ହୋଇଛନ୍ତି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଥିବା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପାଣି ପାଇଁ କରାଯାଇଛି ବିରୋଧ । ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମକୁ ପ୍ରଚାର ନିମନ୍ତେ ଯାଇଥିଲେ ବିଧାୟିକା ପ୍ରାର୍ଥିନୀ । ହେଲେ ଗ୍ରାମର ବହୁ ମହିଳା ଓ ପୁରୁଷ ମାନେ ରାସ୍ତାରେ ମାଠିଆ ବାଲ୍ଟି ରଖି ପ୍ରତିବାଦ କରିଥିଲେ । ଗ୍ରାମର କୁମ୍ଭାର ସାହି ଛକ ଓ ବଡ଼ ସାହି ଛକ ନିକଟରେ ଏପରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ବିଧାୟିକାଙ୍କୁ ଲୋକେ କରିଥିଲେ ପ୍ରଶ୍ନ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Painting
Sponsored
A picture of 25 years of government failure has been revealed | Argus News