Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏସଏସଜି ମହିଳାଙ୍କୁ ଯୋଡି ଶଂଖରେ ଭୋଟ ପାଇଁ ଶପଥ

Smruti Parija
Browse all articles by Smruti Parija
·2 years ago·1 min read
ଏସଏସଜି ମହିଳାଙ୍କୁ ଯୋଡି ଶଂଖରେ ଭୋଟ ପାଇଁ ଶପଥ

Key Points

  • ସାମ୍ନାକୁ ଆସିଲା ସରକାରୀ ଦଳର ଟଙ୍କା ଉପରେ ଭରସାର ଚିତ୍ର
  • ଏସଏସଜି ମହିଳାଙ୍କୁ ଯୋଡି ଶଂଖରେ ଭୋଟ ପାଇଁ ଶପଥ
  • ସେପଟେ ପୁଳାପୁଳା ଟଙ୍କା ଧରି ପ୍ରଲୋଭିତ କରିବାର ପ୍ରୟାସ
  • ପୂର୍ବରୁ ଅନ୍ଧାରୀ ବିଜେ କରୁଥିଲେ 
  • ଏବେ ଦିନଦ୍ବିପହରରେ ଆଙ୍ଗୁଠି ଗେଞ୍ଜି ଟଙ୍କା ବାଣ୍ଟୁଛନ୍ତି ବିଜେଡି ନେତା
  • ଯଦି ବିକାଶ କରିଛ ତେବେ ଟଙ୍କା କାହିଁକି

ଅର୍ଗସ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଇରାଲ୍ ହେଉଛି ଦୁଇ ଭିଡିଓ। ଗୋଟିଏ ଭିଡିଓରେ ଯୋଡିସଂଖକୁ ଭୋଟ ଦେବା ପାଇଁ ଏସଏସଜି ମହିଳାଙ୍କୁ ଶପଥ ପକରାଯାଉଛି। ଯେହେତୁ ଏସଏସଜିରୁ ଅଛୁ, ଶଂଖକୁ ହିଁ ଭୋଟ ଦେବୁ। ଆଉ ଏ ଭିଜୁଆଲ ହେଉଛି ବଡ଼ଚଣା ବ୍ଲକର। ଅଣକା ଗ୍ରାମପଂଚାୟତର ମିଶନ ଶକ୍ତି ସଭାନେତ୍ରୀ ସତ୍ୟଭାମା ନାୟକଙ୍କ ସ୍ବାମୀ ବୈରାଗୀ ନାୟକ ଏଶଏଶଜି ମହିଳା ମାନଙ୍କୁ ଟଙ୍କା ବାଣ୍ଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।  

କେବଳ ଏତ୍କି ନୁହେଁ ଯାଜପୁରରୁ ବିଜେଡିର ଟଙ୍କା ବଣ୍ଟା ଓ ମହିଳାଙ୍କୁ ଧମକର ଏମିତି ଅନେକ ଦୃଶ୍ୟ ଆସିଛି ସାମ୍ନାକୁ । ମିଶନ ଶକ୍ତିର ଉପଦେଷ୍ଟା ଗୀତାଞ୍ଜଳି ବସ୍ତିଆ ବିଜେଡିକୁ ଭୋଟ ଦେବା ପାଇଁ କିଭଳି ମହିଳାଙ୍କୁ ଧମକାଉଛନ୍ତି । ଗ୍ରୁପ ସଦସ୍ୟକୁ ନେଇ ବୈଠକ ପରେ ବୈଠକ କରୁଛନ୍ତି, ବିଜେଡି ପାଇଁ ଭୋଟ ମାଗୁଛନ୍ତି । ପ୍ରଲୋଭନ ଦେଖାଉଛନ୍ତି ନ ମାନିଲେ ଧମକାଇବାକୁ ପଛାଉନାହାଁନ୍ତି । 

କୋରେଇରେ ଏକଥା ବି ଚର୍ଚ୍ଚା ହେଉଛି ବବିଙ୍କ ପାଇଁ କର ବା ମର ସ୍ଥିତି ମା ଙ୍କୁ ଜିତାଇବାକୁ ପଡିବ । ଉପନିର୍ବାଚନ କରି ଜିତିବାକୁ ପଡିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥର ଷଷ୍ଠ ପାଳି ନା ସତ୍ତା ପରିବର୍ତ୍ତନ, ତା ଭିତରେ ବିଜେଡିର ଟଙ୍କା ବଣ୍ଟା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ବିଜେଡି ସରକାର ବିରୋଧରେ ଥିବା ପ୍ରବଳ ଜନବିରୋଧକୁ ଜନ ସମର୍ଥନରେ ପରିବର୍ତ୍ତନ ପାଇଁ ବିଜେଡିର ଉଦ୍ୟମ ହେବ କି ସଫଳ ।

ଆହୁରି ପଢନ୍ତୁ ରାଜନୀତି ଖବର...

Sponsored
A picture of hope on government party money | Argus News