Videos
|
Odisha

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ରରେ ଦାଦନ ଯନ୍ତ୍ରଣାର କରୁଣ ଚିତ୍ର

Ritu Das
Browse all articles by Ritu Das
·2 years ago·2 min read
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ରରେ ଦାଦନ ଯନ୍ତ୍ରଣାର କରୁଣ ଚିତ୍ର

ଅର୍ଗସ ବ୍ୟୁରୋ: ଓଡ଼ିଶା ପାଖରେ ସବୁ ଥାଇ ବି ଓଡ଼ିଆ ଗରିବ । ଦିନକ ତଳେ ବ୍ରହ୍ମପୁର କନିଷିରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ପ୍ରଧାନମନ୍ତ୍ରୀ । ହେଲେ ସତ ହେଉଛି ଓଡ଼ିଆ ଖାଲି ଗରିବ ସେକଥା ନୁହନ୍ତି । ପେଟ ପୋଷିବା ପାଇଁ ନିରୀହ ମଣିଷମାନେ ଦାଦନ ସାଜି ଇଟାଭାଟିକୁ ଯାଇ କେମିତି କଲବଲ ହେଉଛନ୍ତି ତାର ଦୃଶ୍ୟ ବି ଦେଖି ନିଅନ୍ତୁ ।  

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକ ଅଞ୍ଚଳ  ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ପ୍ରାୟ ୭୦ ରୁ ଅଧିକ ଶ୍ରମିକ ଦଶହରା ସମୟରେ ଟଙ୍କା ବଇନା ନେଇ ଦାଦନ ଶ୍ରମିକ ଭାବରେ ତେଲଙ୍ଗାନା ରାଜ୍କୁ ଇଟା ତିଆରି କରିବାକୁ ଯାଇଛନ୍ତି l ପୈଦାପାଳି ଥାନା ରଙ୍ଗାପୁର  ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି।

ହେଲେ ଇଟାଭାଟି ମାଲିକ ଶ୍ରମି ମାନଙ୍କୁ ରାତି ଦିନ ଖଟାଇ ୨୨ ଘଣ୍ଟା ରୁ ଅଧିକ ସମୟ କାମ କରିବାକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଅଛି। ଦେହ ଖରାପ ହେଲେ ମଧ୍ୟ ଔଷଧ ଦେଇ କାମ  କରିବା ପାଇଁ ବାଧ୍ୟ କରାଉଛି  ଓ ମାଡ଼ ମାରିବା ପାଇଁ ଚେତାବନୀ ଦେଉଛି। ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ସେଥିପାଇଁ ଏବେ ଅନ୍ୟ ରାସ୍ତା ନ ପାଇଁ ଇଟାଭାଟି ମାଲିଙ୍କ ଭୟରେ ଲୁଚିଛପି ଭିଡିଓ ବନାଇ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଆଉ ଏପଟେ ସେମାନଙ୍କ ସମ୍ପର୍କୀୟମାନେ କଣ କହୁଛନ୍ତି ଶୁଣି ନିଅନ୍ତୁ । 

ଏହି ବିଧାନସଭା କ୍ଷେତ୍ରରୁ ଏଥର ନିର୍ବାଚନ ଲଢ଼ିବାକୁ ନୋମିନେସନ ଭରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଥ୍ୟ କହୁଛି କଣ୍ଟାବାଞ୍ଜିରୁ ପ୍ରତିବର୍ଷ ୧ ଲକ୍ଷ ରୁ ଅଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ମଧ୍ୟ ପ୍ରତିବର୍ଷ ତିନି ଲକ୍ଷରୁ ସାଢ଼େ ତିନି ଲକ୍ଷ ଲୋକେ ପ୍ରାୟ 6 ମାସ ଇଟାଭାଟିରେ ଦାଦନ ଖଟିଯାଆନ୍ତି l ହିଞ୍ଜିଳିକାଟୁକୁ ପ୍ରତିନିଧିତ୍ବ କରୁଥିବା ନବୀନ ଏତେ ବର୍ଷ ଭିତରେ ସେଠାରେ କେମିତି ରୋଜଗାର ବ୍ୟବସ୍ଥା କରିଛନ୍ତି ତାହା ସମସ୍ତଙ୍କୁ ଜଣା । ଏବେ କଣ୍ଟାବାଞ୍ଜି ବିଧାୟକ ହେଲେ ଏ କ୍ଷେତ୍ରର ଦାଦନ ଦୁର୍ଦ୍ଦଶା କେତେ ଦୂର କରିବେ ତାହା ବି ଜଳଜଳ । ସେଥିପାଇଁ କଣ୍ଟାବାଞ୍ଜିକୁ ହିଞ୍ଜିଳି ନ କରାଇ ଦେବା ପାଇଁ ଶନିବାର ଆହ୍ବାନ କରିଥିଲେ କେନ୍ଦ୍ରନମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

25 ବର୍ଷ ଧରି ନବୀନ ପ୍ରତିନିଧିତ୍ବ କରିବା ପରେ ବି ଦାଦନ ଚାଲାଣର ହବରେ ପରିଣତ ହୋଇଛି ହିଞ୍ଜିଳିକାଟୁ। ବହୁ ଗାଁରେ ଲୋକଙ୍କ ଘରେ ତାଲା ଝୁଲୁଛି। ଗୋଟିଏ ଦାଦନଗଡ଼ରୁ ଆଉ ଏକ ଦାଦନଗଡ଼ କଣ୍ଟାବାଞ୍ଜିକୁ ଲଢିବାକୁ ଯାଇଛନ୍ତି ନବୀନ। ତେଣୁ ଦାଦାନ ପ୍ରସଙ୍ଗ ଚଳିତ ନିର୍ବାଚନରେ କଣ୍ଟାବାଞ୍ଜିର ଭବିଷ୍ୟତ ପ୍ରତିନିଧି ବାଛିବାରେ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

A picture of pain i | Argus News