ଜଳିଗଲା ଲକ୍ଷlଧିକ ଟଙ୍କାର ଧାନ ଗଦା
·1 year ago·1 min read

ଅର୍ଗସ ବ୍ୟୁରୋ: ଜଳିଗଲା ଲକ୍ଷlଧିକ ଟଙ୍କାର ଧାନ ଗଦା । ଗତକିଛିଦିନ ହେବ ମେଘୁଆ ପାଗ ଚାଷୀଙ୍କୁ ଅଡୁଆରେ ପକାଇଛି । ଚାଷୀ ମାନେ ତରବରିଆ ଭାବେ କ୍ଷେତରୁ ଧାନ କାଟି ଗଦା କରି ଯତ୍ନ ସହକରରେ ପାଲ ଢାଙ୍କି ରଖୁଛନ୍ତି । ତେବେ ବୌଦ୍ଧ ଥାନା କୋଇଲିସୂତା ଗ୍ରାମର କମ୍ଭୁ ମହାକୁଡ଼ ନିଜ ଜମିରେ ପ୍ରାୟ ୨ ଏକର ଜମିର ଧାନ କାଟି କ୍ଷେତରେ ରଖିଥିଲେ । କୌଣସି କାରଣ ବଶତଃ ଆଜି ନିଆଁ ଲାଗି ଯାଇଥିଲା ।
ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲେ । ସେପଟେ ଖବର ପାଇଁ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଧାନ ଗୁଡିକ ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଥିବା ଜଣାପଡିଛି । କ୍ଷତିଗସ୍ତ ଚାଷୀଙ୍କ କ୍ଷତିର ମୂଲ୍ୟାୟନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: