Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାଦନ ଶ୍ରମିକଙ୍କ ଉଦ୍ଧାର ପାଇଁ ନିବେଦନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦାଦନ ଶ୍ରମିକଙ୍କ ଉଦ୍ଧାର ପାଇଁ ନିବେଦନ

ଅର୍ଗସ ବ୍ୟୁରୋ: ପୁଣି ଦାଦନ ଦୁଃଖ। ପୁଣି ଦାଦନର କାହାଣୀ ଆସିଛି ସାମନାକୁ । ଉଦ୍ଧାର ପାଇଁ କରୁଛନ୍ତି ନିବେଦନ। ସହି ହେଉନି ସର୍ଦାର ଯନ୍ତ୍ରଣା। ଏଭଳି ଅଭିଯୋଗ ଆସିଛି ହାଇଦ୍ରାବାଦରୁ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ତଥା କଣ୍ଟାବାଞ୍ଜି ଥାନା ଖଗସା ପଞ୍ଚାୟତର ଶ୍ରମିକମାନେ ଦଶହରା ସମୟରେ ଦାଦନ ଟଖିବାକୁ ଯାଇଥିଲେ।

ଟଙ୍କା ବଇନା ନେଇକି ଦାଦନ ଭାବରେ ହାଇଦ୍ରାବାଦ ରାଜ୍ୟକୁ ଇଟା ତିଆରି କରିବାକୁ ଯାଇଛନ୍ତି l ହାଇଦ୍ରାବାଦ ରାଜ୍ୟ ମେଡାକ ଜିଲ୍ଲା ଟେକମାଲ ଥାନା ଏଲାମପାଳି  ପଞ୍ଚାୟତ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ରାତି ଦିନ ଖଟାଇ କାମ କରିବାକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଶ୍ରମିକ ମାନେ ଗାଁ ଲୋକଙ୍କୁ ଭିଡିଓ ପଠାଇ ଉଦ୍ଧାର କରିବାକୁ ନିବେଦନ କରିଥିବା ଏକ ଭିଡିଓ ଭାଇରଲ ହୋଇଛି lତେବେ ପ୍ରଶାସନ ତରଫରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଅନୁରୋଧ କରାଯାଇଛି l ଦିନ କୁ ଦିନ ଏହି ଭଳି ଘଟଣା ସାମ୍ନା କୁ ଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ନିଦାବିଷ୍ଣୁ ପାଲଟିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
A plea for the rescue of dadan workers | Argus News