Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିସ୍ଫୋରଣ ଘଟି ଚାଲିଗଲା ହାବିଲଦାରଙ୍କ ଜୀବନ  

Manini Pattanayak
Browse all articles by Manini Pattanayak
·2 years ago·2 min read
ବିସ୍ଫୋରଣ ଘଟି ଚାଲିଗଲା ହାବିଲଦାରଙ୍କ ଜୀବନ  

ଭୁବନେଶ୍ୱର: ଆଜି ଅଶୁଭ ଶୁକ୍ରବାର । ଗୋଟିଏ ପଟେ ରଜ ମଉଜ, ଅନ୍ୟପଟେ ଦୁଃଖର ସାଗର । ପହିଲି ରଜରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟି ଯାଇଛି ଅଘଟଣ । କାଠଯୋଡ଼ି ନଦୀପଠାରେ ବାଣ ନିଷ୍କ୍ରିୟ କରିବା ବେଳେ ବିସ୍ଫୋରଣ ଘଟି ଚାଲିଗଲା ହାବିଲଦାରଙ୍କ ଜୀବନ । ସେପଟେ କାକଟପୁରରେ ପାନବୋଝେଇ ପିକଅପ ଭ୍ୟାନ ଓଲଟି  2 ଜଣ ପାନ ଚାଷୀଙ୍କ ମୃତ୍ୟୁ ହୋଇଛି । ଆଉ ଗଞ୍ଜାମ ଜିଲ୍ଲା ବାହାଡାଗୁଡାରେ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି ।

କଟକ ରିଜର୍ଭ ପୋଲିସର ବମ୍‌ ସ୍କ୍ୱାର୍ଡ ଟିମରେ କାର୍ଯ୍ୟରତ ଥିଲେ ପ୍ରଦୀପ । ନିର୍ବାଚନ ଥିବାରୁ ଜବତ ବାଣ ଗୁଡ଼ିକୁ ନଷ୍ଟ କରାଯାଇପାରି ନଥିଲା । ସେଥିପାଇଁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଗୋପାଳପୁର କାଠଯୋଡି ନଦୀପଠାରେ ବାଣ ନିଷ୍କ୍ରିୟ କରାଯାଉଥିଲା । ସେଠାରେ ହଠାତ୍ ବାଣ ଫୁଟି ହାବିଲଦାର ପ୍ରଦୀପ ଗୁରୁତର ଆହତ ହୋଇଥିଲେ । ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । 

ପ୍ରଦୀପଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ବିନା ବାଣ ନିଷ୍କ୍ରିୟ ଡ୍ରେସ୍‌ର ସେଠାକୁ ପ୍ରଦୀପ ଯାଇଥିଲେ । ଏ ଦିଗରେ ଏକ ବଡ଼ ତଦନ୍ତ ଆବଶ୍ୟକ ରହିଥିବା ସେମାନେ ଦାବି କରିଛନ୍ତି ।  ସେପଟେ ପହିଲି ରଜରେ କାକଟପୁରରୁ ଆସିଛି ଆଉ ଏକ ଦୁଃଖଦ ଖବର । ଜଗନ୍ନାଥପୁରରେ ଭାରସ୍ୟମ ହରାଇ ଓଲଟିଛି ପାନ ବୋଝେଇ ପିକଅପ ଭ୍ୟାନ୍ । ଏଥିରେ ଅସ୍ତରଙ୍ଗ ବ୍ଲକର ୨ ଜଣ ପାନ ଚାଷୀଙ୍କ ମୃତ୍ୟୁ ଘଟିଛି । ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବାହାଡ଼ାଗୁଡ଼ା ଛକ ଚାନ୍ଦିନୀରେ ବସିଥିବା ବେଳେ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।  ସେହିପରି ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି କାନକଟା ଘାଟିରେ ଭ୍ୟାନ ଓଲଟି ୨ ଜଣଙ୍କ ଜୀବନ ଯାଇଛି । ମୃତ ଦୁଇ ଜଣ ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ଅରଖା ଗାଁର ସୁଶାନ୍ତ ସାହୁ  ଏବଂ କୁରେଶୁ ବାତ୍ୟା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
A Police Havildar lost his life Friday after a bomb exploded while defusing it in Subhadrapur under Cuttack Sadar Police Station here. | Argus News