Videos
|
Odisha

ତୀର ମାଡରେ ଆହତ ହେଲେ ଥାନା ଅଧିକାରୀ 

Manini Pattanayak
Browse all articles by Manini Pattanayak
·1 year ago·1 min read
ତୀର ମାଡରେ ଆହତ ହେଲେ ଥାନା ଅଧିକାରୀ 

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବଡ଼ଯଲ ଠାରେ ଦୁଇ ଦିନ ହେଲା ଫୁଲଝର ଗ୍ରାମର ଧନି ମୁଣ୍ଡା ନାମକ ବ୍ୟକ୍ତି ଉତ୍ପାତ ଚଲାଇଛି । ଗତ ରବିବାର ଦିନ ଠାରୁ ବିଦ୍ୟାଳୟକୁ ଧନୁତୀର, ବାଟୁଳି , ପଥର ଧରି ସ୍କୁଲରେ ପହଞ୍ଚିଥିଲା ଓ ପ୍ରଥମେ ପ୍ରଧାନ ଶିକ୍ଷକଙ୍କ ସହ ବଚସା କରିଥିଲା ତାପରେ ବାଟୁଳି ମାରି ମୁଣ୍ଡ ଫଟାଇ ଦେଇଥିଲା ଏବଂ ସ୍କୁଲ ଛାତ୍ର ଛାତ୍ରୀଙ୍କ ଖାଦ୍ୟ ସାମଗ୍ରୀ ଥିବା ରୋଷେଇ ଘରର କବାଟ ଭାଙ୍ଗି ଛାତ ଉପରକୁ ଚଢିଥିଲା।  ଏଇଟା ମୋ ଘର କହି ଦୁଇ ଦିନ ହେଲା ସେଠାରେ ରହିଥିବା ବେଳେ ଆଜି ତାକୁ ଛାତରୁ ଓହ୍ଲାଇବା ପାଇଁ ଲୋକେ କହିବାରୁ ତାଙ୍କ ଉପରକୁ ଧନୁ ତିର ମାରିଥିଲା।

ଫଳରେ ଲୋକେ ଭୟଭୀତ ହୋଇ ଥାନାରେ ଜଣାଇଥିଲେ । ଏନେଇ ଥାନା ଅଧିକାରୀ ଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ସିଡ଼ିରେ ଛାତକୁ ଯାଉଥିବା ବେଳେ ତାଙ୍କ ଉପରେ ତୀର ମାଡ କରିଥିଲା । ଯାହା ଫଳରେ ତୀର ଆସି ତାଙ୍କ ହାତରେ ବାଜିଥିଲା।  ଫଳରେ ସେ ଆହତ ହୋଇ ଥିଲେ ତାଙ୍କୁ ତୁରନ୍ତ ବଣେଇ ଚିକିତ୍ସାଳୟକୁ ଅଣାଯାଇ ପ୍ରାଠମିକ ଚିକିତ୍ସା କରାଯାଇ ଥିଲା। ଘଟଣା ସ୍ଥଳକୁ ବଣେଇ ଏସଡିପିଓ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ କିନ୍ତୁ ବିଫଳ ହୋଇ ଥିଲେ କାରଣ ତିନି ତାଲା ଛାତ ଘର ହୋଇ ଥିବାରୁ ତାକୁ କାବୁ କରିବାରେ ବିଫଳ ହୋଇଥିବା ଜଣାପଡିଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A police officer was injured by an arrow | Argus News