Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -   ଓଡିଶାକୁ ପ୍ରବେଶ କଲା ପଶ୍ଚିମବଙ୍ଗର ଆଳୁ ଟ୍ରକ 

Odisha

  ଓଡିଶାକୁ ପ୍ରବେଶ କଲା ପଶ୍ଚିମବଙ୍ଗର ଆଳୁ ଟ୍ରକ 

Manini Pattanayak
Browse all articles by Manini Pattanayak
·1 year ago·1 min read
  ଓଡିଶାକୁ ପ୍ରବେଶ କଲା ପଶ୍ଚିମବଙ୍ଗର ଆଳୁ ଟ୍ରକ 

ଭୁବନେଶ୍ୱର:  ଓଡି଼ଶାରୁ ଦୂର ହେବ ଆଳୁ ଶଙ୍କଟ । ଓଡିଶାକୁ ପ୍ରବେଶ କଲା ପଶ୍ଚିମବଙ୍ଗର ଆଳୁ ଟ୍ରକ । ଉଭୟ ରାଜ୍ୟର ସରକରା ଓ ବ୍ୟବସାୟୀଙ୍କ ମଧ୍ୟରେ ସଫଳ ହୋଇଛି ଆଲୋଚନା । ସୀମାରେ ଅଟକି ରହିଥିବା ଆଳୁ ଟ୍ରକ ଓଡିଶାରେ ପ୍ରବେଶ କରିଛି । ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଥିବା ପଶ୍ଚିମବଙ୍ଗର  ନାକା ପଏଣ୍ଟ କୁ ହଟାଇ ଦିଆ ଯାଇଛି,ଫଳରେ  ପଶ୍ଚିମବଙ୍ଗ ସୀମାନ୍ତବର୍ତୀ ଲକ୍ଷ୍ମଣନାଥ ଚେକପୋଷ୍ଟ ଦେଇ ଓଡିଶା କୁ ଆଜି ରାତିରେ ବହୂ ସଂଖ୍ୟାରେ ଆଳୁ ଗାଡି ପ୍ରବେଶ କରିଛି।

ଓଡିଶା - ପଶ୍ଚିମବଙ୍ଗ ସୀମାନ୍ତ ରେ ଅଟକି ରହିଥିବା ଆଳୁ ଟ୍ରକ ଓଡିଶା ରେ ପ୍ରବେଶ କରିଛି, ଏହାସହ ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଥିବା ପଶ୍ଚିମ ବଙ୍ଗ ର  ନାକା ପଏଣ୍ଟ କୁ ହଟାଇ ଦିଆ ଯାଇଛି,ଫଳରେ  ପଶ୍ଚିମବଙ୍ଗ ସୀମାନ୍ତବର୍ତୀ ଲକ୍ଷ୍ମଣନାଥ ଚେକପୋଷ୍ଟ ଦେଇ ଓଡିଶା କୁ ଆଜି ରାତିରେ ବହୂ ସଂଖ୍ଯା ରେ ଆଳୁ ଗାଡି ପ୍ରବେଶ କରିଛି, ଗତ କାଲି ପଶ୍ଚିମବଙ୍ଗ ସରକାର ଙ୍କ  ଆଳୁ ବ୍ୟବସାୟୀ ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ତେଣୁ ଆଳୁ ପାଇଁ ବ୍ୟବସାୟୀଙ୍କ ସହିତ ଚାଲିଥିବା ଧର୍ମଘଟକୁ ପ୍ରତ୍ୟାହାର କରି ନେଇଛନ୍ତି ଆଳୁ ବ୍ୟବସାୟୀ, ତେବେ ପଶ୍ଚିମବଙ୍ଗ ର ଆଳୁ ଟ୍ରକ ଓଡିଶା ପହଞ୍ଚିବା ପରେ ଆସନ୍ତା କାଲି ଠାରୁ ଆଳୁ ଦାମ କମିବ ବୋଲି ଆଶା କରା ଯାଉଛି । 
 ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A potato truck from West Bengal entered Odisha | Argus News