ଦୋଳାରେ ବୁହା ହେଲେ ଗର୍ଭବତୀ ଆଶା କର୍ମୀ

କନ୍ଧମାଳ : ପୁଣି ଜନନୀ ଯନ୍ତ୍ରଣା ।ଗାଁ କୁ ନାହିଁ ରାସ୍ତା ଆସିଲାନି ଆମ୍ବୁଲାନ୍ସ ଦୋଳାରେ ବୁହା ହେଲେ ଗର୍ଭବତୀ ଆଶା କର୍ମୀ । ଗାଁ କୁ ରାସ୍ତା ନଥିବା ବେଳେ ମୋବାଇଲ ସେବା ନଥିବାରୁ ଦୋଳାରେ ବୁହା ହେଲେ ଗର୍ଭବତୀ॥ଗର୍ଭବତୀ ମହିଳା ଜଣକ ସିବାଜିନି ମୁଠା ମାଝୀ।ସେ ଜଣେ ଆଶା କର୍ମୀ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ନିଲା କ୍ଲିୟୁ ଗାଁରେ॥ ଗାଁର ଥେପିଲ ମାଝୀ ଙ୍କ ପତ୍ନୀ ସିବାଜିନି ମୁଠା ମାଝୀଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା ।
ଅଧିକ ପଢନ୍ତୁ : ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଭାରରେ ବୁହାହେଲେ ପ୍ରସୂତି
ତେବେ ଗାଁ କୁ ସବୁ ଦିନିଆ ରାସ୍ତା ନଥିବା ବେଳେ ଗାଁ ରେ ମୋବାଇଲ ନେଟୱର୍କ ସେବା ମଧ୍ୟ ନାହିଁ।ଯାହା ଫଳରେ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଏକ କାଠ ଦଣ୍ଡାରେ ଦୋଳା କରି ନିଲା କ୍ଲିୟୁ ଗାଁ ରୁ ସିକାବାଡ଼ି ପର୍ଯ୍ୟନ୍ତ କାନ୍ଧରେ ବୋହି ନେବା ପରେ ସେଠାରୁ ଏକ ଅଟୋରେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ସେଠାରେ ମହିଳା ଜଣକ ଏକ ଶିଶୁ ପୁତ୍ର କୁ ପ୍ରସବ କରିବା ପରେ ଉଭୟଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ଥିବା ଜଣା ପଡ଼ିଛ। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ବାବଦରେ ବିଶ୍ୱ ସ୍ଥରୀୟ ବ୍ୟବସ୍ଥା ଥିବା କହୁଥିବା ବେଳେ ଉପାନ୍ତରେ ମହିଳା ମାନେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ପ୍ରଶାସନ ଓ ରାଜ୍ୟ ସରକାର ଚେଇଁ ଶୋଇଛି॥