Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲିସ ଗାଡ଼ି ଧକ୍କାରେ ଗର୍ଭବତୀ ମହିଳା ଓ ବୃଦ୍ଧା ଆହତ

Odisha

ପୋଲିସ ଗାଡ଼ି ଧକ୍କାରେ ଗର୍ଭବତୀ ମହିଳା ଓ ବୃଦ୍ଧା ଆହତ

Ritu Das
Browse all articles by Ritu Das
·2 years ago·1 min read
ପୋଲିସ ଗାଡ଼ି ଧକ୍କାରେ ଗର୍ଭବତୀ ମହିଳା ଓ ବୃଦ୍ଧା ଆହତ

ଅର୍ଗସ ବ୍ୟୁରୋ: ମାନବିକତା ହରାଇଲା ଏରସମା ପୋଲିସ। ପୋଲିସ ଗାଡ଼ି ଧକ୍କାରେ ଗର୍ଭବତୀ ମହିଳା ଓ ବୃଦ୍ଧା ଆହତ।  ଆଜି ସକାଳେ ଏରସମା ଥାନା ଅନ୍ତର୍ଗତ ପାଳଧୁଆ ବନ୍ଧ ନିକଟରେ କାର୍ଯ୍ୟରତ ଏରସମା ପୋଲିସ ଜିପ୍ ଧକ୍କାରେ ଗର୍ଭବତୀ ମହିଳା ଓ ତାଙ୍କ ବୃଦ୍ଧା ବୁଢୀ ମା' ଆହତ ହୋଇଛନ୍ତି। 

୨ ଜଣ ବାଟରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦୁର୍ଘଟଣା ଘଟାଇ ପୋଲିସ ଗାଡ଼ି ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ଅଟକାଇବା ପାଇଁ ପୋଲିସ ଗାଡ଼ି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ବର୍ଦିର ପାୱାର ଦେଖାଇ ଅଟକି ନ ଥିଲା ପୋଲିସ ଗାଡ଼ି। ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ୨ଜଣଙ୍କୁ ବାଲିକୁଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟ ବାଇକରେ ବସୁଥିବାବେଳେ ପୋଲିସ ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଆହତ ବୃଦ୍ଧା ଶସିରେଖା ସେଠୀ ଓ ତାଙ୍କ ବୋହୂ ସସ୍ମିତା ସେଠୀଙ୍କ ଘର ବାଲିକୁଦା ବ୍ଲକ ବସନ୍ତ ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored