ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ଅର୍ଗସ ବ୍ୟୁରୋ: କୁନ୍ଦୁରା ବ୍ଲକ ଫୁଲଭଟ୍ଟା ପଞ୍ଚାୟତ ଯୋଡ଼ାଆମ୍ବ ଗାଁ ର ଗର୍ଭବତୀ ମହିଳାଙ୍କୁ ପ୍ରାୟ ୨ କି ମି ଖଟିଆରେ ବୋହିକି ନେଲେ ପରିବାର ଓ ଗାଁ ଲୋକ। ସେଠାରୁ ଦୁଇଟି ବଡ଼ ନାଳ ଓ ଗୋଟିଏ ଗାଁ ପାରି ହୋଇ ପଢ଼େଇକୁଣ୍ଡ ଗାଁକୁ ଆଣିବା ପରେ ଆମ୍ବୁଲାନ୍ସ ଯୋଗେ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇଛନ୍ତି ପରିବାର ଲୋକେ।
ଗର୍ଭବତୀ ମହିଳା ଜଣକ ହେଲେ ମୁନି ସାନ୍ତା। ବୟସ ୨୫ ବର୍ଷ ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସେହି ଗାଁ ର ଅଙ୍ଗନୱାଡଇ କର୍ମୀ ତୁରନ୍ତ ଡାକ୍ତରଖାନାକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ପଢ଼େଇକୁଣ୍ଡ ଠାରୁ କେନ୍ଦୁଗୁଡ଼ା ମଧ୍ୟରେ ପ୍ରାୟ ତିନି କି.ମି ରାସ୍ତାରେ କୁସୁମ ଗୁଡ଼ା, ଯୋଡ଼ାଆମ୍ବ ଓ କେନ୍ଦୁଗୁଡ଼ା ଗାଁର ଲୋକେ ରାସ୍ତା ଓ ଏହି ଦୁଇ ନାଳରେ ପୋଲ ନ ଥିବା ହେତୁ ବର୍ଷ ସାରା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ତିନି ଗାଁ ଲୋକେ ଚଳିତ ବର୍ଷ ଲଗାଣ ବର୍ଷାରେ ଦୁଇ ଦିନ ଜଳ ବନ୍ଧୀ ଘେରରେ ରହିଥିଲେ l ଏହି ତିନି ରାସ୍ତାକୁ ରାସ୍ତା କରିବା ପାଇଁ ବହୁବାର ଲିଖିତ ଅଭିଯୋଗ ମଧ୍ୟ ହୋଇଛି ତଥାପି ରାସ୍ତା ନିର୍ମାଣ କରିବାର ନା ଧରୁନାହିଁ ପ୍ରଶାସନ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

