ଜେଲ ଭିତରେ ସୁରକ୍ଷିତ ନାହାନ୍ତି କଏଦୀ
·2 years ago·1 min read

କଟକ: "ଯୋଜନାବଦ୍ଧ ଭାବେ ମୋ ଭାଇକୁ ମାରି ଦିଆଯାଇଛି,, ଜେଲ ଭିତରେ ସୁରକ୍ଷିତ ନାହାନ୍ତି କଏଦୀ"। କେନ୍ଦୁଝରର ବିଚାରଧୀନ କଏଦୀ ଅଜୟ ଦାସଙ୍କ ମୃତ୍ୟ ଘଟଣାରେ କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଭାଇ। କେନ୍ଦୁଝର ସଦର ଥାନା ଭୋଦବାହାଲି ଗାଁର ୨୫ ବର୍ଷୀୟ ଯୁବକ ଅଜୟ ଦାସ ଦୁଷ୍କର୍ମ ଅଭିଯୋଗରେ ଗତ ୧୧ ମାସ ହେଲା କେନ୍ଦୁଝର କେନ୍ଦ୍ରୀୟ ଜେଲରେ ବିଚାରଧୀନ ବନ୍ଦୀ ଭାବେ ଥିଲେ ।
ଗତକାଲି ଅପରାହ୍ନରେ ଜେଲ୍ ପାଇଖାନା ଟାଙ୍କି ସହ ସଂଯୋଗ କରିଥିବା ଏକ ପାଇପ୍ ସାହାଯ୍ୟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜେଲ୍ ୱାର୍ଡରମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ଭେଷଜ ୱାର୍ଡରେ ଭିର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ସନ୍ଧ୍ୟାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ବିଳମ୍ବତ ରାତ୍ରୀରେ ଅଜୟଙ୍କ ମୃତ୍ୟୁ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: