Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଉପଲକ୍ଷେ ରାଜଧାନୀରେ ଗଣଦୌଡ଼

Odisha

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଉପଲକ୍ଷେ ରାଜଧାନୀରେ ଗଣଦୌଡ଼

Ritu Das
Browse all articles by Ritu Das
·1 year ago·1 min read
ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ଉପଲକ୍ଷେ ରାଜଧାନୀରେ ଗଣଦୌଡ଼

ଅର୍ଗସ ବ୍ୟୁରୋ: ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୭ ତମ ବଳିଦାନ ଦିବସ ଉପଲକ୍ଷେ ରାଜଧାନୀରେ ଅନୁଷ୍ଠିତ ହୋଇଛି ଗଣଦୌଡ। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତି ନ୍ୟାସ ପକ୍ଷରୁ ଆୟୋଜିତ ହୋଇଛି ଏହି ଗଣ ଦୌଡ଼। ୫୦୦୦ ରୁ ଅଧିକ ଯୁବକ ଏହି ଗଣଦୌଡରେ ସାମିଲ ହେବା ସହ ପ୍ରଦର୍ଶନୀ ପଡିଆ ନିକଟ ନିଗମାନନ୍ଦ ଆଶ୍ରମରୁ ଆରମ୍ଭ ହୋଇମାଷ୍ଟର କ୍ୟାଣ୍ଟିନ, ରାଜମହଲ ଛକ ଦେଇ ଏହି ଗଣଦୌଡ ନିଗମାନନ୍ଦ ଆଶ୍ରମ ନିକଟରେ ପହଞ୍ଚିଥିଲା। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ତ୍ୟାଗ, ବଳିଦାନକୁ ଆଜିର ପିଢ଼ିକୁ ମନେପକେଇ ଦେବା ପାଇଁ ଏହି ଗଣ ଦୌଡ଼ର ଆୟୋଜନ କରାଯାଇଛି। 

ସ୍ଵାମୀଜୀଙ୍କ ହତ୍ୟା ପଛରେ ହତ୍ୟାକାରୀ କିଏ ଓ ଏତରି ଭିତରେ ଘଟଣାକୁ ୧୬ ବର୍ଷ ପୂରିଛି ।ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଦୁଇ ଦୁଇଟା କମିଶନ ବସିଥିଲା । ହେଲେ ଆଜିକୁ ୧୬ ବର୍ଷ ବିତିଯାଇଥିଲେ ବି ହତ୍ୟାର ରହସ୍ୟ ସାର୍ବଜନୀନ ହୋଇପାରିଲା ନାହିଁ କି କମିଶନଙ୍କ ରିପୋର୍ଟ ୨୦୧୫ ମସିହାରୁ ଦାଖଲ ହୋଇଥିଲେ ମଧ୍ୟ ଏହାକୁ ଆଜି ପର୍ଯ୍ୟନ୍ତ କାହିଁକି ସାର୍ବଜନୀନ କରାଗଲା ନାହିଁ। ନ୍ୟାୟ ଅପେକ୍ଷାରେ ଓଡିଶାବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A rally in the capital | Argus News