Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ହିମାଳୟରୁ ଉଡ଼ିଆସିଲା ବିରଳ ପ୍ରଜାତିର ଶାଗୁଣା

Odisha

ହିମାଳୟରୁ ଉଡ଼ିଆସିଲା ବିରଳ ପ୍ରଜାତିର ଶାଗୁଣା

Arpita Mohanty
Browse all articles by Arpita Mohanty
·2 years ago·1 min read
ହିମାଳୟରୁ ଉଡ଼ିଆସିଲା ବିରଳ ପ୍ରଜାତିର ଶାଗୁଣା

ଅର୍ଗସ ବ୍ୟୁରୋ : ହିମାଳୟରୁ କନ୍ଧମାଳକୁ ଉଡ଼ିଆସିଲା ବିରଳ ପ୍ରଜାତିର ବିରାଟକାୟ ଶାଗୁଣା । ଦୀର୍ଘ ସମୟ ଧରି ଉଡାଣ ପରେ ଅସୁସ୍ଥ ହୋଇପଡିଛି ଶାଗୁଣା। ଅସୁସ୍ଥ ଶାଗୁଣାକୁ ବନ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରି ଚିକିତ୍ସା କରିଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମପଂଚାୟତର ଟେଲାପାଲି ଗ୍ରାମ ନିକଟ ନଦୀରୁ ଏହି ବିରଳ ପ୍ରଜାତିର ଶାଗୁଣାକୁ ଉଦ୍ଧାର କରାଯାଇଛି । 

ଗ୍ରାମର କିଛି ଲୋକ ନଦୀକୁ ଶୌଚ ହେବାପାଇଁ ଯାଇଥିବା ବେଳେ ଶାଗୁଣାଟିକୁ ଦେଖିଥିଲେ ଏବଂ ଫିରିଙ୍ଗିଆ ବନ ବିଭାଗକୁ ଖବର ଦେଇଥିଲେ । ପରେ ଫିରିଙ୍ଗିଆ ରେଞ୍ଜର ରବୀନ୍ଦ୍ର କୁମାର ପାତ୍ର ଗ୍ରାମକୁ ଯାଇ ନଦୀ କୁଳରୁ ଆହତ ଶାଗୁଣାକୁ ଉଦ୍ଧାର କରିଥିଲେ ଏବଂ ଫୁଲବାଣୀ DFOଙ୍କୁ ଖବର ଦେବା ସହିତ ଅସୁସ୍ଥ ଶାଗୁଣାକୁ ଫୁଲବାଣୀ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ସେଠାରେ ଶାଗୁଣାର ଆବଶ୍ୟକ ଚିକିତ୍ସା କରିବା ସହିତ  ଶାଗୁଣାକୁ ପରବର୍ତ୍ତୀ ସମୟରେ ନନ୍ଦନକାନନକୁ ପଠେଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଫୁଲବାଣୀ DFO ପ୍ରଶାନ୍ତ ପଟେଲ କହିଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
vulture | Argus News