Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର ଭଣ୍ଡାର

Manini Pattanayak
Browse all articles by Manini Pattanayak
·2 years ago·2 min read
ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର ଭଣ୍ଡାର

ପୁରୀ:  ହାଇକୋର୍ଟଙ୍କ ତାଗିଦ ପରେ ବସିଲା ରତ୍ନଭଣ୍ଡାର ଗଣତି କମିଟିର ପ୍ରଥମ ବୈଠକ। ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଦେଢ଼ ଘଣ୍ଟା ଘରି ଚାଲିଲା। କିନ୍ତୁ ମିଟିଂରେ ଉପସ୍ଥାପନ ହେଲା ନାହିଁ 1978 ମସିହାର ରତ୍ନଗଣନା ରିପୋର୍ଟ। ପୁଣି କୁହାଗଲା ଆଗାମୀ ରଥଯାତ୍ରା ସମୟରେ ହିଁ ଖୋଲିବ ରତ୍ନଭଣ୍ଡାର। ଅର୍ଥାତ୍ ପୂର୍ବରୁ ସରକାର ଯାହା କହିଆସୁଥିଲେ ତାହା ହିଁ ନିଷ୍ପତ୍ତି ହେଲା। ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ।  କାହିଁକି ସମୟ ଗଡ଼ାଉଛନ୍ତି ସରକାର। କମିଟିର ନିରପେକ୍ଷତା ଓ ରତ୍ନ ସୁରକ୍ଷା ନେଇ ପ୍ରଶ୍ନ ଉଠାଇବା ସହ ଶୀଘ୍ର ରତ୍ନ ଗଣନା କରିବାକୁ ଦାବି କରିଛି ଜଗନ୍ନାଥ ସେନା। 1978 ରେ ଶେଷଥର ପାଇଁ ରତ୍ନ ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ସବିଶେଷ ଗଣତି ହୋଇ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ସେତେବେଳେ 2 ମାସ 10 ଦିନ ସମୟ ଲାଗିଥିଲା॥  376 ପ୍ରକାର ସୁନା ଓ 231 ପ୍ରକାରର ରୁପା ଅଳଙ୍କାର ଥିବା ଜଣାପଡିଥିଲା।  ଏ ହେଉଛି ତାଲିକା॥ ଏହା ଭିତରେ ଅଳଙ୍କାର ଆହୁରି ବଢିଛି। 1982 ଓ 85 ରେ ଯଦିଓ ରତ୍ନଭଣ୍ଡାର ଖୋଲିଥିଲା ତେବେ ସଂପୂର୍ଣ ରତ୍ନର ଗଣତି ହୋଇନି..ରଥଯାତ୍ରାର ସ୍ବଳ୍ପ ସମୟ ମଧ୍ୟରେ ସବୁ ରତ୍ନଗଣାଯିବାକୁ ସନ୍ଦେହ ପ୍ରକାଶ କରୁଛନ୍ତି ସେବାୟତ  ।


 ସରକାରଙ୍କ ଦ୍ବାରା ଗଠିତ କମିଟର ନିରପେକ୍ଷତାକୁ ନେଇ ବି ଉଠିଛି ପ୍ରଶ୍ନ। 1978 ମସିହାର ଗଣତି କମିଟିରେ ରାଜ୍ୟପାଳ,  ଗଜପତି ମହାରାଜାଙ୍କ ସମେତ ଅନେକ  ମାନ୍ୟଗଣ୍ୟ ବ୍ୟକ୍ତିଥିଲେ.. ଏବେ ଗଠିତ କମିଟିରେ 12 ଜଣ ସଦସ୍ୟ ଅଛନ୍ତି। ତେବେ ସୁଚନା ଅଧିକାରୀଙ୍କ କର୍ମୀଙ୍କ କହିବା କଥା ସରକାରଙ୍କ ହଁ ରେ ହଁ ମିଶାଇବାକୁ  ଏହି କମିଟି ଗଠିତ ହୋଇଛି... ଆଗକୁ ନିର୍ବାଚନ ଥିବାରୁ ସରକାର ରତ୍ନଭଣ୍ଡାର ଗଣତି ନ କରି ସମୟ ଗଡାଇବାକୁ ଯୋଜନା କରିଥିବା ଅଭିଯୋଗ ଆଣିଛି ଜଗନ୍ନାଥ ସେନା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୂର୍ବରୁ 2018 ଏପ୍ରିଲ 4ରେ ରତ୍ନଭଣ୍ଡାର ଖୋଲିବାକୁ ଟିମ ଯିବା ବେଳେ ଚାବି ହଜିବାକୁ ନେଇ ତୁମ୍ବିତୋଫାନ ହୋଇଥିଲା।  ଚାବି ହଜିବା ନେଇ ତଦନ୍ତ କମିଶନ ଗଠନ କରିଥିଲେ। ପୂର୍ବତନ ଜିଲ୍ଲାପାଳ କହିଥିଲେ ନକଲି ଚାବି ମିଳିଛି। ଏସବୁ ଭିତରେ ରତ୍ନଭଣ୍ଡାରରୁ ରତ୍ନ ଚୋରି ହୋଇଯାଇଥିବାର ବି ସଙ୍ଗୀନ ଅଭିଯୋଗ ଆସିଥିଲା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A ratna bhandar will be revealed during the rathayatra | Argus News