Videos
|
Odisha

ଅନ୍ଧାରୀମୂଲକ ଭିତରେ ଆଶାର କିରଣ, ଡାକ୍ତର ହେବେ ବଣ୍ଡା ଯୁବକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅନ୍ଧାରୀମୂଲକ ଭିତରେ ଆଶାର କିରଣ, ଡାକ୍ତର ହେବେ ବଣ୍ଡା ଯୁବକ

ଅର୍ଗସ ବ୍ୟୁରୋ:  ତୁଳସୀ ଦୁଇପତ୍ରରୁ ବାସେ । ଏବେ ମଙ୍ଗଳା ବଣ୍ଡାଘାଟିର ସେହି ତୁଳସୀ । ମହମହ ବାସିବା ସହ ସାଜିବାକୁ ଯାଉଛନ୍ତି ଅନୁନ୍ନତ ଇଲାକାର ସୁନା ପୁଅ । ଦୃଢ ଇଚ୍ଛାଶକ୍ତି । ଆତ୍ମବିଶ୍ବାସ। ଲକ୍ଷ୍ୟ । ୩ ଜିନିଷ ପ୍ରତିଟି ମଣିଷର ବଦଳାଇଦିଏ ଭାଗ୍ୟ । ସ୍ବାଭିମାନ ଅଞ୍ଚଳରେ ନଜର ଆସିଛନ୍ତି ଏମିତି ଜଣେ ଆଲୋକର ଶିଖା । ବଣ୍ଡାଘାଟିର ଅଣ୍ଡ୍ରାହଲ ପଞ୍ଚାୟତ ଅଧୀନ ବଡ଼ବେଲ ଗାଁର ମେଧାବୀ ଛାତ୍ର ମଙ୍ଗଳା ହେବେ ଆଦିମ ଜନଜାତିଙ୍କ ମଧ୍ୟରେ ପ୍ରଥମ ଡାକ୍ତର। ଏହି ଖବର ଜଣାପଡିବା ପରେ ଆଦିମ ଜନଜାତିଙ୍କ ମଧ୍ୟରେ ସେ ଏବେ ଆଶାର କିରଣ ।

ହାଡି ମୁଦୁଲି ଓ ମଙ୍ଗଳି ମୁଦୁଲିଙ୍କ ପୁଅ ମଙ୍ଗଳା । ପିଲାଟି ଦିନରୁ ଡାକ୍ତର ହେବା ପାଇଁ ସ୍ବପ୍ନ ଦେଖିଥିଲେ। ପିଲାଦିନେ ଗାଁରେ ଚିକିତ୍ସା ଅବହେଳାରେ ଲୋକଙ୍କର ମୃତ୍ୟୁ ତାଙ୍କ ମନକୁ ବିଚଳିତ କରିଥିଲା । ମୁଦୁଲିପଡା ହାଇସ୍କୁଲରେ ପାଠ ପଢିବା ପରେ ସେ ବଳଦିଆଗଡା କଲେଜରେ ଯୁକ୍ତ ୨ବିଜ୍ଞାନ ପାସ୍ କରିଥିଲେ। ପିଲାଟି ଦିନରୁ ଡାକ୍ତର ହେବା ପାଇଁ ମଙ୍ଗଳାଙ୍କର ଏକ ସ୍ବପ୍ନ ଥିଲା। ଏହାକୁ ପୂରଣ ପାଇଁ ବଣ୍ତାଘାଟିର ଶିକ୍ଷକ ଉତ୍କଳ କେଶରୀ ଦାସ ପିଲାଟି ପାଇଁ ସାଜିଥିଲେ ଦେବଦୂତ ।  କେଶରୀ ସାର୍ ମାଲକାନଗିରିରୁ ମଙ୍ଗଳାଙ୍କୁ ଆଣି ଗାଁରେ ଥିବା ଘରେ ରଖି କୋଚିଂ ଦେଇଥିଲେ । ଏବେ ନିଟ ପରୀକ୍ଷାରେ ସଫଳ ହେବା ପରେ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଡାକ୍ତରୀ ପାଠ  ପଢିବେ ମଙ୍ଗଳା ।

ପିଲାଟି ଦିନରୁ ଅଭାବ ଅନଟନରେ ପାଠ ପଢ଼ିବାକୁ ସଂଘର୍ଷ କରିଥିଲେ ମଙ୍ଗଳା । ଏବେ ଏହି ସଂଘର୍ଷ ତାଙ୍କୁ ରାଜ୍ୟ ସାରା ପରିଚିତ କରାଇ ପାରିଛି। ମଙ୍ଗଳାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସୁଭେଚ୍ଛାର ସୁଅ ଛୁଟୁଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A ray of hope in Darkness, the young man who became a doctor | Argus News