Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲଗାଣ ବର୍ଷା, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

Odisha

ଲଗାଣ ବର୍ଷା, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଲଗାଣ ବର୍ଷା, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

ଅର୍ଗସ ବ୍ୟୁରୋ:  ଲଗାଣ ବର୍ଷାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ। ଏହି ସମୀକ୍ଷା ବୈଠକରେ ଅନ୍ୟ ବରିଷ୍ଠ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି। ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୨୫୩ ମିଲିମିଟର ବର୍ଷା ରେକର୍ଡ । ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀକୁ  ବୌଦ୍ଧ, ବଲାଙ୍ଗୀର, କୋରାପୁଟକୁ ଆଜି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି  । ଆଗାମୀ ୨ଦିନ ପାଇଁ ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳ କରିଛି ପାଣିପାଗ ବିଭାଗ ।  କାଲି କମିପାରେ ବର୍ଷାର ପରିମାଣ । ୧୧ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସ ବୁ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଲଗାଣ ବର୍ଷାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ. ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ। ଏହି ସମୀକ୍ଷା ବୈଠକରେ ଅନ୍ୟ ବରିଷ୍ଠ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । 

ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ଛୋଟ ବଡ ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଜିଲ୍ଲାର ପାଙ୍ଗମ , mv7, ପୋଟେରୁ, ବଡ଼ିଲି, mv90, mv 96 ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଜିଲ୍ଲାର ମୋଟୁ ଠାରୁ କାଲିମେଳା, କାଲିମେଳା ଠାରୁ ମାଲକାନଗିରି, ମାଲକାନଗିରି ଠାରୁ ଜୟପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହାସହ ବଣ୍ଡା ଘାଟିରେ ପଥର ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି । ଭୂସ୍କଳନ ଯୋଗୁଁ ଶହ ଶହ ଏକର ଚାଷ ଜମି । ପୋଟେରୁ ଗାଁ ରେ ପଶିଲା ବନ୍ୟା ଜଳ । ମାଲକାନଗିରି ସଦରରେ ଅଧିକାଂଶ ସ୍ଥାନରେ ଲୋକଙ୍କ ଘରେ ପଶିଛି ବନ୍ୟା ଜଳ ।

ଦୁଇ ଦିନ ଲଗାଣ ବର୍ଷାରେ ବେହାଲ ହେଲା ମାଲକାନଗିରି ଜିଲ୍ଲା । ଅଧିକ ପ୍ରଭାବିତ ହୋଇଛି ବାଲିମେଳା ଓ ଖଇରପୁଟ ଅଂଚଳ । ବାଲିମେଳା ସହରର ଭିଭିନ୍ନ ସାହି ଭିତରେ ପଶିଲା ବନ୍ୟା ଜଳ । ବାଲିମେଳା ସହରର ମେଡିକାଲ ସାହି , ଡ୍ରଗଲାଇନ ର ବିଭିନ୍ନ ସାହି ଭିତରେ ପଶିଲା ବନ୍ୟାଜଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
A review meeting was held at the office of the Special Relief Commissioner, heavy Rainfall | Argus News