Videos
|
Odisha

 ବନ୍ୟା ମୁକାବିଲା ନେଇ ସରକାରୀ ପଦକ୍ଷେପର କଲେ ସମୀକ୍ଷା

Manini Pattanayak
Browse all articles by Manini Pattanayak
·2 years ago·2 min read
 ବନ୍ୟା ମୁକାବିଲା ନେଇ ସରକାରୀ ପଦକ୍ଷେପର କଲେ ସମୀକ୍ଷା

ଭୁବନେଶ୍ୱର:  ଉପାନ୍ତରେ ଗ୍ରାଉଣ୍ଡ ଜିରୋରେ ପିପୁଲ୍ସ CM । ଆକାଶ ମାର୍ଗରୁ ଲଗାଣ ବର୍ଷା ଓ ବନ୍ୟା ପ୍ରପୀଡ଼ିତ ମାଲକାନଗିରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ବନ୍ୟା ସ୍ଥିତି ଓ ମୁକାବିଲାର କଲେ ସମୀକ୍ଷା । ସାଙ୍ଗରେ ଥିଲେ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ସବୁ ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ପ୍ରଭାବିତଙ୍କୁ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।  ଲଗାଣ ବର୍ଷା ଜନିତ ବନ୍ୟାରେ ପ୍ରଭାବିତ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି ମୋହନ ମାଝୀ । ସାଙ୍ଗରେ ଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଏବଂ ଏସଆରସି । ମାଲକାନଗିରି MV 3 ବିଏସଏଫ୍ କ୍ୟାମ୍ପରେ ଅବତରଣ କରିବା ପରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ କରିଛନ୍ତି ସମୀକ୍ଷା ବୈଠକ। ଯେଉଁଥିରେ ବନ୍ୟା ସ୍ଥିତି, ମୁକାବିଲା ଏବଂ କ୍ଷତିପୂରଣ ସମ୍ପର୍କରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ସବୁ ବିଭାଗକୁ ମାଗିଲେ କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିସହ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ଦେଇଛନ୍ତି ପ୍ରତିଶ୍ରୁତି।   ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ କହିଛନ୍ତି ମାଲକାନଗିରି ବନ୍ୟାର ମୁକାବିଲା ନେଇ ସବୁ ପ୍ରକାର ପ୍ରସ୍ତୁତି କରିଥିଲେ ରାଜ୍ୟ ସରକାର । 6ଟି ଓଡ୍ରାଫ୍ ଓ 5ଟି ଅଗ୍ନିଶମ ବାହିନୀ ମୁତୟନ ହୋଇଥିଲେ। ଫଳରେ କାହାରି ବି ପ୍ରାଣହାନି ହୋଇନାହିଁ। ବନ୍ୟାରେ 8,830 ହେକ୍ଟର ଜମି ଜଳମଗ୍ନ ହୋଇଥିଲା, ଯେଉଁଥିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ବହୁ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। 576ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତଙ୍କ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। କ୍ଷୟକ୍ଷତିର ଆକଳନ ପରେ ଦିଆଯିବ କ୍ଷତିପୂରଣ। ତେବେ ଆଗକୁ ଯେମିତି ଯୋଗାଯୋଗ ବିଚ୍ଛିନ୍ନ ହେବା ଭଳି ସ୍ଥିତି ନ ହେବ ସେ ଦିଗରେ ଆସନ୍ତା ଡିସେମ୍ବର 2025 ସୁଦ୍ଧା ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।  

 ମାଲକାନଗିରି କାଲିମେଳା ଅଞ୍ଚଳରେ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି । 4ଟି ବ୍ଲକର 12ଟି ପଞ୍ଚାୟତ ବେଶୀ କ୍ଷତିଗ୍ରସ୍ତ ହୋଇଛି । ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମ୍ ଭି 90,ଏମ୍ ଭି 96, ମହାରାଜପଲ୍ଲୀ ଓ ଏମ୍ ଭି 79ର ଅନେକ ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ଆଜି ସକାଳେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ସାଂସଦ ବଳଭଦ୍ର ମାଝୀ । ଫସଲ କ୍ଷୟକ୍ଷତି ସମ୍ପର୍କରେ ରାଜସ୍ବ ଓ କୃଷି ବିଭାଗ ଶୀଘ୍ର ରିପୋର୍ଟ ଦେବେ। ସେହି ଅନୁସାରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ। ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯିବ।   ବନ୍ୟାର ମୁକାବିଲା ନେଇ ସରକାର ତ୍ବରିତ ପଦକ୍ଷେପ ନେଇଥିଲେ । ODRAF ଓ ଅଗ୍ନିଶମ ବାହିନୀ ସହ 5ଟି ପ୍ରାଣୀ ଚିକିତ୍ସକ ଟିମ୍ ନିୟୋଜିତ କରିଥିଲେ । ରାଜ୍ୟସରକାରଙ୍କ ନିର୍ଦେଶ କ୍ରମେ ତିନିଜଣ ବରିଷ୍ଠ ଅଧିକାରୀ IAS ବିଷ୍ଣୁପଦ ସେଠୀ, ଅଗ୍ନିଶମ ଡିଜି IPS ସୁଧାଂଶୁ ଷଡ଼ଙ୍ଗୀ, ଓ ଦକ୍ଷିଣ ପଶ୍ଚିମାଞ୍ଚଳ DIG ଚରଣ ସିଂ ମୀନା ମାଲକାନଗିରି ଜିଲ୍ଲାରେ ପହଂଚି ବନ୍ୟା ମୁକାବିଲାର ଅନୁଧ୍ୟାନ କରିଥିଲେ। 

ଅଧିକ  ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: