ଥାନା ଭିତରେ ପଶି ଦୁର୍ବୃତ୍ତଙ୍କ ଭଙ୍ଗାରୁଜା
·2 years ago

ବରଗଡ: ଥାନା ଭିତରେ ପଶି ଦୁର୍ବୃତ୍ତଙ୍କ ଭଙ୍ଗାରୁଜା । ବରଗଡ ଜିଲ୍ଲା ଅମ୍ବାଭୋନା ଥାନାରେ 20ରୁ ଅଧିକ ଯୁବକଙ୍କ ହଙ୍ଗାମା । ଥାନା ଭିତରେ ଥିବା ଟେବୁଲ, ବେଞ୍ଚ୍, କମ୍ପ୍ୟୁଟର ସହ ବିଭିନ୍ନ ଜିନିଷ ଭାଙ୍ଗି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ତେବେ ସେମାନେ କିଏ ଓ କାହିଁକି ଥାନା ଭିତରେ ଏଭଳି କାଣ୍ଡ ଭିଆଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
ତେବେ ପିକନିକ୍ ପାର୍ଟିରେ ନିଶା କାରବାର ନେଇ ଖବର ପାଇ ଚଢାଉ କରିଥିଲା ପୋଲିସ୍ । ହେଲେ ସେଠାରୁ ପୋଲିସକୁ କିଛି ମିଳିନଥିଲା। ଏଥିରେ ରାଗ ରଖି ଯୁବକମାନେ ଥାନାରେ ଆତଙ୍କ ରଚାଇଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରୁଛନ୍ତି ବରଗଡ ଏସପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: