Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରେ କେହି ନ ଥିବା ବେଳେ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Ritu Das
Browse all articles by Ritu Das
·2 years ago·1 min read
ଘରେ କେହି ନ ଥିବା ବେଳେ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ: ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତ ବୁଲାଇଲେ କଳାକନା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଝିଙ୍କପଦା ଗ୍ରାମରେ । ଗ୍ରାମର କାର୍ତ୍ତିକେଶ୍ୱର ସାହୁ ସ୍ତ୍ରୀଙ୍କ ସହିତ ଭୁବନେଶ୍ୱର ନିଜ ପୁଅ ଘରକୁ ଯାଇଥିଲେ । ହଠାତ୍ ଗତକାଲି ତାଙ୍କର ପୁତୁରା ଝିଙ୍କପଦା ଗ୍ରାମରେ ଥିବା ଦାଦା କାର୍ତିକେଶ୍ୱରଙ୍କ ଘର ନିକଟକୁ ଆସିଥିବା ବେଳେ ଘରର ମୁଖ୍ୟ ଫାଟକ ଖୋଲାଥିବା ଦେଖିବାକୁ ପାଇଥିଲେ । ଘରେ ପହଞ୍ଚିବା ପରେ ତାଙ୍କ ଘର ମୁଖ୍ୟ ଫାଟକ ଚାବି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଯାହା ଦେଖିବା ପରେ ତାଙ୍କ ଘରୁ ଚୋରି ହୋଇଥିବା ସେ ଜାଣିପାରିଥିଲେ। 

ଘର ଭିତରେ ପଶିବା ପରେ ଘରର ବିଭିନ୍ନ ଗଡରେଜ ଆଦି ଭାଙ୍ଗି ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ । ପରେ  ଏ ନେଇ କପ୍ତିପଦା ପୋଲିସ୍‌କୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ସୁନା ଅଳଙ୍କାର, ନଗଦ ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଥିବା ଜଣାଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁରା ଘରର ତନଖି କରିଲେ ସମୁଦାୟ କେତେ ଟଙ୍କାର ଲୁଟ୍ ହୋଇଛି ତାହା ଜଣାପଡିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A rogue who | Argus News