Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

24 ବର୍ଷର ସ୍ଥିର ସରକାରରେ ବିକାଶର ଦୁର୍ଭାଗ୍ୟଜନକ ଚିତ୍ର

Ritu Das
Browse all articles by Ritu Das
·2 years ago·2 min read
24 ବର୍ଷର ସ୍ଥିର ସରକାରରେ ବିକାଶର ଦୁର୍ଭାଗ୍ୟଜନକ ଚିତ୍ର


ଅର୍ଗସ ବ୍ୟୁରୋ: ଭୋଟବ୍ୟାଙ୍କ ରାଜନୀତିରେ ଖପ୍ପା ରାଜ୍ୟବାସୀ । ବର୍ଷବର୍ଷ ଧରି ଲୋକଙ୍କ ସମସ୍ୟାର ସମାଧାନ ହେଉ ନ ଥିବାବେଳେ ଏବେ ସାରା ରାଜ୍ୟରେ ଚାଲିଛି ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ । ସାମିଲ ହେଉଛନ୍ତି ରାଜନେତା, ପ୍ରଶାସନିକ ଅଧିକାରୀ । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ହେଉଛି ପ୍ରତିବାଦର ସ୍ବର। ନିର୍ବାଚନ ପାଖେଇ ଆସୁଥିବାବେଳେ ଏପରି କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ବଲାଙ୍ଗୀର ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତବାସୀ । ରାଜ୍ୟରେ ଦୀର୍ଘ 24 ବର୍ଷର ସ୍ଥିର ସରକାର ବାଦିପଡାରୁ ସଇଁନ୍ତଳାକୁ ସଂଯୋଗ କରୁଥିବା ବ୍ରିଜ ନିର୍ମାଣକୁ ନେଇ ବର୍ଷିଛନ୍ତି ଗ୍ରାମବାସୀ। ଏହାସହ ବ୍ଲକରେ ଏବେବି ଲାଗି ରହିଛି ପାନୀୟ ଜଳ ସମସ୍ୟା । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତଙ୍କୁ କେବେ ବ୍ରିଜ୍ ହେବ ବୋଲି ଜବାବ ମାଗିଥିଲେ ବ୍ଲକବାସୀ। 

ସେପଟେ ଦୀର୍ଘବର୍ଷ ଧରି ବିପଦସଙ୍କୁଳ ଅବସ୍ଥାରେ ପଡ଼ି ରହିଥିବା ଏରସମା ବ୍ଲକର ହଂସୁଆ ସେତୁର ମରାମତିକୁ ନେଇ ବଢୁଛି ଲୋକଙ୍କ ଅସନ୍ତୋଷ । ସୋମପୁର ପଞ୍ଚାୟତର ରୋଗଲ ଗାଁ ନିକଟରେ ଥିବା ଝରୀ ପୋଲ ଏବେ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । world vision ତରଫରୁ ୨୦ ବର୍ଷ ପୂର୍ବେ ଦୁଇ ଚକିଆ ଓ ଜନସାଧାରଣ ଯାତାୟାତ ପାଇଁ ଏହି ପଥଚାରୀ ପୋଲ ନିର୍ମାଣ ହୋଇଥିଲା । ପୋଲର ଦୁଇପାର୍ଶ୍ବ ବାଡ଼ା ଭାଙ୍ଗିଯାଇଛି, ଅନେକ ସ୍ଥାନରେ ରଡ ଝୁଲି ରହିଛି। କୌଣସି ସମୟରେ ବି ପୋଲ ଭୁଶୁଡି ପଡ଼ିବା ଆଶଙ୍କା ରହିଥିଲେ ବି ଆଖି ବୁଜି ଦେଇଛି ସ୍ଥାନୀୟ ପ୍ରଶାସନ । ବାଧ୍ୟହୋଇ ସ୍କୁଲ୍ କଲେଜ୍ ପିଲାଙ୍କଠାରୁ ଆରମ୍ଭ କରି ଲୋକେ ଡଙ୍ଗାରେ ହଂସୁଆ ନଦୀ ପାର ହେଉଛନ୍ତି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ସହ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଛନ୍ତି ଲୋକ । 

ରାସ୍ତା ଓ ପାନୀୟ ଜଳ ସମସ୍ୟାରେ ରାଜ୍ୟବାସୀ ସନ୍ତୁଳି ହେଉଥିବାବେଳେ ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକା ଦେଇ ଚାଲିଛନ୍ତି ରାଜ୍ୟ ସରକାର। ଉପକୂଳଠୁ ଉପାନ୍ତ ସବୁଠି ଏହାର ପରିଣାମ ଭୋଗୁଛନ୍ତି ରାଜ୍ୟବାସୀ। ଲୋକଙ୍କ ସମସ୍ୟାର ସମାଧାନ ନ କରି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟବ୍ୟାଙ୍କ ରାଜନୀତି ଚକ୍ରାନ୍ତର ପର୍ଦ୍ଦାଫାଶ ହୋଇସାରିଛି। ଯାହାକୁ ନେଇ ସାରା ରାଜ୍ୟରେ ବଢୁଛି ଲୋକଙ୍କ ଅସନ୍ତୋଷ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
A sad picture of development | Argus News