Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଁରେ ବିକାଶର ବିକଳ ଦୃଶ୍ୟ

Odisha

ଗାଁରେ ବିକାଶର ବିକଳ ଦୃଶ୍ୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗାଁରେ ବିକାଶର ବିକଳ ଦୃଶ୍ୟ

ଅର୍ଗସ ବ୍ୟୁରୋ: ପାହାଡ ଜଙ୍ଗଲ ଘେରା ଗୋପାଳପୁର ଗାଁରେ ବାଟବଣା ବିକାଶ। ରାସ୍ତା କହିଲେ, ଏହି ଅଣଓସାରିଆ କଚ୍ଚା ମାଟି ରାସ୍ତା । ଖରାଦିନେ ତ ଚଳିଯାଉଛି କିନ୍ତୁ ବର୍ଷାଦିନେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ । ଏବେ ବି ଆମ୍ବୁଲାନ୍ସ ଆସିଲେ ଅଧାବାଟ ଯାଏଁ ହିଁ ଆସିପାରେ। ବାକି ବାଟ ରୋଗୀଙ୍କୁ ସେଯାଏଁ ବୋହିକରି ନେବାକୁ ପଡିଥାଏ। ପକ୍କା ସଡକଟିଏ ଗାଁକୁ ଏବେଯାଏଁ ହୋଇପାରିନି । ନା ପକ୍କା ସଡକ ଅଛି ନା ପାନୀୟ ଜଳର ବ୍ୟବସ୍ଥା । ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି ଗୋପାଳପୁର ଗାଁ ଲୋକେ। ଏଠାକାରା ଲୋକଙ୍କ ପାଇଁ ପକ୍କାଘର ସ୍ୱପ୍ନ । ମୁଣ୍ଡ ଗୁଞ୍ଜିବାକୁ ସାହାରା ଏହି ଝାଟିମାଟି ଘର।  ସେଥିପାଇଁ  କେତେବେଳେ ଜଙ୍ଗଲୀ ଜନ୍ତୁ ଘରେ ପଶିଯିବାର ଭୟ ଆଉ କେତେବେଳେ ଜଙ୍ଗଲୀ ହାତୀ ଘର ଭାଙ୍ଗିଦେବାର ଭୟରେ ଲୋକଙ୍କ ଆଖିରେ ନିଦ ନାହିଁ।

ସ୍ଥାନୀୟ ଜନପ୍ରତିନିଧି ଓ ରାଜ୍ୟର ବିଜେଡି ସରକାରଙ୍କ ଅପାରଗତାର ଭୟାବହ ପରିଣାମ ଭୋଗୁଛନ୍ତି ଗୋପାଳପୁରବାସୀ । ଗ୍ରାମବାସୀଙ୍କ ଅଭିଯୋଗ ବର୍ଷ ବର୍ଷ ଧରି ବିଜେଡିକୁ ଭୋଟ୍ ଦେଇଥିବାର ଫଳ ଭୋଗୁଛୁ। ଏଥର ରାସ୍ତା ଓ ପାଣି ନାହିଁ ତ ଭୋଟ୍ ନାହିଁ। ଭୋଟ୍ ପୂର୍ବରୁ ପ୍ରତିଶ୍ରୁତିର ବର୍ଷା। କିନ୍ତୁ ଭୋଟ୍ ପରେ ପଚାରେ କିଏ  ?   ମିଛୁଆ ବିଜେଡି ସରକାରଙ୍କ ଅସଲ ଚେହେରା ଦେଖିସାରିଲେଣି ରେଢାଖୋଲ ବାସିନ୍ଦା । ସମସ୍ତଙ୍କ ମୁହଁରେ ଏବେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ପ୍ରତାରଣା।  ବିଜେଡି ଶାସନରେ ଇଏ କେମିତିକା ବିକାଶ ?  କେବେ ସୁଧୁରିବ ଗୋପାଳପୁର ଗାଁର ସ୍ଥିତି ? 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
A sample of 25 years of incompetence | Argus News