Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା ୬ରୁ ଜୟପୁରକୁ ଉଡିବ ଦ୍ୱିତୀୟ ବିମାନ

Banajyotshna Ray
Browse all articles by Banajyotshna Ray
·2 years ago
ଆସନ୍ତା ୬ରୁ ଜୟପୁରକୁ ଉଡିବ ଦ୍ୱିତୀୟ ବିମାନ

ଅର୍ଗସ ବ୍ୟୁରୋ: ଏଣିକି ଜୟପୁରକୁ ଯାତ୍ରା ହେବ ଆହୁରି ଆରାମ ଏବଂ ସହଜଦାୟକ। ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ଏନେଇ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ବିମାନ ସେବା । ସପ୍ତାହକୁ ସୋମବାର ଓ ଶୁକ୍ରବାର ଦୁଇ ଦିନ ଧରି ଉଡ଼ିବ ବିମାନ । ବିମାନ ସେବା ଯୋଗାଇବ ‘ଇଣ୍ଡିଆ ୱାନ୍‌ ଏୟାର’ ସଂସ୍ଥା । ଏହି ବିମାନ ଭୁବନେଶ୍ୱରରୁ ସକାଳ ୭ଟା ୧୦ ମିନିଟରେ ବାହାରି ଜୟପୁରରେ ୮ ଟା ୪୫ ମିନିଟରେ ପହଞ୍ଚିବ। ସେହିପରି ଭାବରେ ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ୱରରେ ୧୦ଟା ୩୫ ମିନିଟରେ ପହଞ୍ଚିବ ବୋଲି ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A second flight will fly from Bhubaneswar to Jaipur | Argus News