ଟୋଲଗେଟ ନିକଟରେ ସିରିଜ ଦୁର୍ଘଟଣା
·2 years ago·1 min read

ଅର୍ଗସ ବ୍ୟୁରୋ: ଅନଗୁଳ ଜିଲ୍ଲା ଖମାର ଥାନା 149 ଜାତୀୟ ରାଜପଥ ଟୋଲଗେଟ ନିକଟରେ ସିରଜି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ୩ଟି ଗାଡ଼ି ଜଳିଯାଇଛି। ସୂଚନା ଅନୁଯାୟୀ ଅନଗୁଳ ଜିଲ୍ଲା ପାଳଲହଡା ଖମାର ଥାନା ଅନ୍ତର୍ଗତ 149 ଜାତୀୟ ରାଜପଥ ଟୋଲ ଗେଟ ନିକଟରେ ଟ୍ରେଲରକୁ ପଛପଟୁ ପିଟିଥିଲା ଟ୍ରକ। ତା ପଛକୁ ଏକ ପିକପ ଧକ୍କା ଦେବା ଫଳରେ ପିକଅପରେ ନିଆଁ ଲାଗିଯାଇଥିଲା।
ପରେ ଟ୍ରକ ଓ ଟ୍ରେଲରରେ ମଧ୍ୟ ନିଆଁ ଲାଗିଯାଇ 3 ଟି ଯାକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଥିଲା I ସୂଚନା ପାଇ ପାଲଲହଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ଦୁର୍ଘଟଣାରେ ପିକଅପରେ ଥିବା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଟୋଲଗେଟ କର୍ମଚାରୀ ଖମାର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଦୁଇ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
