Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

  ଓଡିଶା ଉପରେ ସିରିଜ ଘୁର୍ଣ୍ଣିବଳୟ,  ୫ ରୁ ୭  ଦିନ ପ୍ରବଳ ବର୍ଷା ଛେଚିବ 

Manini Pattanayak
Browse all articles by Manini Pattanayak
·1 year ago·2 min read
  ଓଡିଶା ଉପରେ ସିରିଜ ଘୁର୍ଣ୍ଣିବଳୟ,  ୫ ରୁ ୭  ଦିନ ପ୍ରବଳ ବର୍ଷା ଛେଚିବ 

ଭୁବନେଶ୍ୱର:  ଦକ୍ଷିଣ ବଙ୍ଗଳାଦେଶ ଓ ତତସଲଗ୍ନ ଅଂଚଳରେ  ସକ୍ରିୟ ରହିଛି ସଦୃଶ ଲଘୁଚାପ। ଏହା ଉତ୍ତର  ଦିଗକୁ ଗତିକରୁଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ। ଏହାସହ ରାଜ୍ୟ ଉପରେ ମୌସୁମୀ ସକ୍ରିୟ ସହ ଝାରଖଣ୍ଡ ଓ ତାର ଆଖପାଖରେ ମଧ୍ୟ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି।ଯାହା ଆଗକୁ ଘନୀଭୂତ ହୋଇପାରେ ବୋଲି 
ଆକଳନ କରିଛି ବିଭାଗ।ସେହିପରି  ଆସନ୍ତା ୨୪ ତାରିଖ  ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ହେବାର  ସମ୍ଭାବନା ରହିଛି। ଲଗାତାର ଭାବେ ତିନୋଟି ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ରୁ ୭  ଦିନ ପ୍ରବଳ ବର୍ଷା ସମ୍ଭାବନା ଦେଇଛି  ପାଣିପାଗ ବିଭାଗ।

ଆସନ୍ତା ୨୪ ଘଣ୍ଟାରେ  ଅନେକ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା  ସହ କାଁଭାଁ  ସ୍ଥାନରେ ପ୍ରବଳ ବର୍ଷା  ହେବାର ସମ୍ଭାବନା ମଧ୍ୟ ରହିଛି । ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୧୧  ସେମି ବର୍ଷା  ପାଇଁ ୧୪  ଜିଲ୍ଲା ବରଗଡ଼,  ସମ୍ବଲପୁର, ଦେଓଗଡ ,ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ,ଭଦ୍ରକ, ମୟୁରଭଞ୍ଜ , ଯାଜପୁର, କଟକ, କେନ୍ଦୁଝର,  ସୁନ୍ଦରଗଡ, ଝାରସୁଗୁଡା  ଓ ବାଲେଶ୍ୱରକୁ ୟଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ସ୍ଥାନରେ ପାଇଁ ମୟୁରଭଞ୍ଜ ସୁନ୍ଦରଗଡ,  ଓ କେନ୍ଦୁଝର ଏହି ୩ ଜିଲ୍ଲାରେ  ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ  ବିଭାଗ। ସେହିପରି  ଆସନ୍ତା ୨୪ ରୁ ବଢିବ ବର୍ଷାର ବିସ୍ତୃତି । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ମାଲକାନଗିରି , କୋରାପୁଟ, ନବରଙ୍ଗପୁର ,ଜଗତସିଂହପୁର ଓ କେନ୍ଦ୍ରାପଡା କୁ ଅରେଞ୍ଜ  ବର୍ଣ୍ଣିଙ୍ଗ  ଜାରି  କରିଛି ପାଣିପାଗ  ବିଭାଗ । ପରେ  ପୁଣି  ୨୭ ତାରିଖ ବେଳକୁ   ବର୍ଷା  କମିବ ବୋଲି  ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ। ସେପଟେ ସମୁନ୍ଦ୍ର  ମଧ୍ୟରେ ୩୫ ରୁ ୫୫ କିମି  ପବନ ହେବାର ସମ୍ଭାବନା  ରହିଛି। 
 ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A series of cyclones over Odisha will bring heavy rains for 5 to 7 days | Argus News