Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟାକୁ ନେଇ ନନ୍ଦନକାନନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବାତ୍ୟାକୁ ନେଇ ନନ୍ଦନକାନନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି

ଅର୍ଗସ ବ୍ୟୁରୋ :  ବାତ୍ୟା ଦିନ ବନ୍ଦ ରହିପାରେ ନନ୍ଦନକାନନ । ବାତ୍ୟାକୁ ନେଇ ନନ୍ଦନକାନନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି । ନନ୍ଦନକାନନରେ ଏକ 24 ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯିବ ଯାହା ଜଣେ ACF ଙ୍କ ତତ୍ତ୍ୱବଧାନ ରେ ରହିବ । ନନ୍ଦନକାନନ ସମସ୍ତ କର୍ମଚାରୀଙ୍କୁ ହେଡ଼ କ୍ଵାଟର ରେ ରହିବାକୁ ନିର୍ଦେଶ । ପଶୁ ଙ୍କ ଏନକ୍ଲୋଜର ଭିତରେ ଥିବା ବାଡ଼ ଗଛ ର ବିପଦଜନକ ଅବସ୍ଥା ରେ ଥିବା ଶାଖା ଗୁଡିକୁ କାଟିବାକୁ ନିର୍ଦେଶ ।

ଅଧିକ ପଢନ୍ତୁ : ଲାଲ ଦେଖା ଗଲାଣି ଆକାଶ ,ଭୟଙ୍କର ରୂପ ନେବ ବାତ୍ୟା

ପକ୍ଷୀ ଏନକ୍ଲୋଜର ପକ୍ଷୀ ଙ୍କ ସୁରକ୍ଷା ପାଇଁ ରଖାଯିବ ବଡ଼ କାଠ ବାକ୍ସ । ସଫାରୀରେ ଓ ଏନକ୍ଲୋଜର ରେ ଥିବା ପଶୁ ରାତ୍ର ଆଶ୍ରୟ ସ୍ଥଳୀ ରେ ସୁରକ୍ଷିତ କିପରି ରହିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ନନ୍ଦନକାନନ ରେ ଆଣ୍ଟି ଭେନମ ମହଜୁତ ରଖିବାକୁ ନିର୍ଦେଶ ଦିଆଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A special guide line has been issued by Nandankanan regarding the cyclone | Argus News