ଅଫିମ ଚାଷକୁ ନଷ୍ଟ କଲା ଅବକାରି ବିଭାଗର ଏକ ସ୍ୱତନ୍ତ୍ର ଟିମ
·2 years ago

ଅର୍ଗସ ବ୍ୟୁରୋ: ଶିମିଳିପାଳ କୋର ଏରିଆରୁ ପୁଣିଥରେ ବିପୁଳ ପରିମାଣର ଅଫିମ ଚାଷ କୁ ନଷ୍ଟ କଲା ଅବକାରି ବିଭାଗର ଏକ ସ୍ୱତନ୍ତ୍ର ଟିମ । ଅଫିମ ଚାଷର ଖବର ପ୍ରସାରଣ ପରେ ଚେତିଲା ଅବକାରୀ ବିଭାଗ । 15 ଏକର ଜାଗାରୁ ପ୍ରାୟ 5ଲକ୍ଷ 25ହଜାର ଅଫିମ ଗଛକୁ ଜବତ କରି ନଷ୍ଟ କରିଥିବା ବେଳେ ଏହାର ଆନୁମାନିକ ମୁଲ୍ୟ 10କୋଟି 50 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ , ଅବକାରୀ ବିଭାଗ , ସ୍ଥାନୀୟ ରେଭନ୍ୟୁ ଇନସପେକ୍ଟର, ଉପସ୍ଥିତିରେ ଏସମସ୍ତକୁ ପୋଡି ନଷ୍ଟ କରାଯାଇଛି । ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ କୋର ଅଞ୍ଚଳରେ ଅସ୍ତକୁଅଁର ପଞ୍ଚାୟତର ଲେମ୍ବୁ-ଝରଣ ଓ ସାରୁଦା ଅଞ୍ଚଳରେ ଚଢ଼ାଉ କରି କୋଟି କୋଟି ଟଙ୍କାର ଅଫିମ ଚାଷକୁ ନଷ୍ଟ କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: