Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରଥଯାତ୍ରା ପାଇଁ ପୁରୀକୁ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ

Odisha

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ

Ritu Das
Browse all articles by Ritu Das
·1 year ago·1 min read
ରଥଯାତ୍ରା ପାଇଁ ପୁରୀକୁ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ

ଅର୍ଗସ ବ୍ୟୁରୋ: ପୁରୀ ରଥ ଯାତ୍ରା ପାଇଁ ଗଡ଼ିଲା ଟ୍ରେନ। ରାଜ୍ୟର ପ୍ରତ୍ୟକ ଜିଲା ଓ ପଡୋଶୀ ରାଜ୍ୟ ମାନଙ୍କରୁ ପୁରୀ ଅଭିମୁଖେ ଯିବା ପାଇଁ ଆଶା କରୁଥିବା ଯାତ୍ରୀ ମାନଙ୍କ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ଏହି ସୁବିଧା କରାଯାଇଛି। ମୋଟ ୩୧୫ଟି ଟ୍ରେନ ଆଜିଠୁ ପୁରୀ ଯାତ୍ରା କରିବା ଆରମ୍ଭ କରିଛି। ଏହିକ୍ରମରେ ଆଜି ଏହି ଟ୍ରେନର କଟକ ରେଳ ଷ୍ଟେସନରେ ଶୁଭାରମ୍ଭ କରିଛନ୍ତି କଟକ ସାଂସଦ ଭତ୍ତୃହରି ମହତାବ। 

ସାଂସଦଙ୍କ କହିବାନୁଯାୟୀ , ବିଗତ ବର୍ଷ ମାନଙ୍କରେ ଟ୍ରେନ ଟ୍ରାକର ଅଭାବ ଯୋଗୁଁ ଅଧିକାଂଶ ଟ୍ରେନ ପୁରୀ ରଥଯାତ୍ରା ସମୟରେ ଯାତ୍ରା କରିପାରୁ ନଥିଲା। ଯାହା ଫଳରେ ଲୋକମାନେ ନିଜର ଗାଡି ମାଧ୍ୟମରେ ଶ୍ରୀକ୍ଷତ୍ର ଯାତ୍ରା କରୁଥିଲେ । କିନ୍ତୁ ସମୟ ବଦଳିବା ସହ ରେଳବାଇ ରେଳ ଟ୍ରାକ ସମ୍ପ୍ରସାରଣ କରିବା ପରେ ଏହା ସମ୍ଭବ ହୋଇ ପାରିଛି। 

ବର୍ତ୍ତମାନ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ବିନା ଦ୍ଵିଧାରେ ପୁରୀ ଯାତ୍ରା କରିପାରିବେ। ଏହାଦ୍ୱାରା ସରକାରୀ ଗାଡି ଉପରେ ଲୋକଙ୍କ ବିଶ୍ୱାସ ଆସିବା ସହ ପ୍ରଦୂଷଣ ମୁକ୍ତ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ବୋଲି କହିଛନ୍ତି ସାଂସଦ। ଶହଶହ କାର ବାଇକ ରଥଯାତ୍ରା ସମୟରେ ପୁରୀ ଜିଲା କୁ ଯାଇଥାଏ ।ଯାହା ଫଳରେ ପ୍ରଦୂଷଣ ହେବା ସ୍ୱାଭାବିକ । ତେଣୁ ରେଳବାଇ ର ଏହି ପ୍ରୟାସ ବେଶ ସ୍ୱାଗତ ଯୋଗ୍ୟ ହୋଇଥିବା ବେଳେ ଏହାର ଯଥେଷ୍ଟ ଲାଭ ଉଠାଇ ପାରିବେ ପ୍ରତ୍ୟେକବର୍ଗର ବ୍ୟକ୍ତିବିଶେଷ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
A special train | Argus News