Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ଲଗାଇଲା ପରିବା ବଜାରରେ ନିଆଁ

Ritu Das
Browse all articles by Ritu Das
·1 year ago·2 min read
ବାତ୍ୟା ଲଗାଇଲା ପରିବା ବଜାରରେ ନିଆଁ

ଅର୍ଗସ ବ୍ୟୁରୋ: ବାତ୍ୟା ବଢାଇଲା ପରିବା ଦର । ବାତ୍ୟା ଖବର ଶୁଣି ବଜାରରେ ହୁ ହୁ ହୋଇ ବଢିଲା ପରିବା ଦର । ଗୋଟିଏ ପଟେ ସମ୍ଭାବ୍ୟ ବତ୍ୟା ଖବର ଗଣମାଧ୍ୟମରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିଥିବା ବେଳେ ଅନ୍ୟପଟେ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି ବେପାରୀ । ବାତ୍ୟା ଆଳରେ ପରିବା ଦରକୁ ମନଇଚ୍ଛା ବଢାଇଛନ୍ତି ବେପାରୀ। ତେବେ ବାତ୍ୟା ପୁରୀ ଓ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସ୍ପଷ୍ଟ ହେବା ପରେ ଲୋକେ ଆଗୁଆ ପରିବା କିଣି ଗଚ୍ଛିତ ରଖିବା ଆରମ୍ଭ କରିଛନ୍ତି ଯାହା ଫଳରେ ପରିବା ବଜାରରେ ଲାଗିଛି ନିଆଁ ଆଉ ଦର ହୋଇଛି ଆକାଶ ଛୁଆଁ। 

କଟକ ଅର୍ବାନ୍ ହାଟରେ ଆଳୁ ଧଡ଼ା ପ୍ରତି 80 ଟଙ୍କା ଥିବା ବେଳେ ଆଜି 100 ଟଙ୍କାରେ ପହଞ୍ଚିଛି। ସେହିଭଳି ପୋଟଳ 70, ବାଇଗଣ 60, ସାରୁ 50, ଲଙ୍କା କିଲୋ 200, ପିଆଜ କିଲୋ 60, ଅଦା 100, ରସୁଣ 400, ଝୁଡ଼ଙ୍ଗ 60, ବିନ 80, ଭେଣ୍ଡି 80, ଜହ୍ନି 50, ବିଲାତି 70ରେ ବିକ୍ରି ହେଉଛି l
ଅନ୍ୟପଟେ କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ। ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କରିଛନ୍ତି ମନ୍ତ୍ରୀ। ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାରୀ ନ ହୁଏ, ସେଥିପାଇଁ ନଜର ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

ଓଡ଼ିଶାରେ ଲୋକ ଚାଷ କରୁ ନାହାନ୍ତି। ପନିପରିବାର ଅଭାବ ଦେଖାଯାଉଛି। ବିଭିନ୍ନ ରାଜ୍ୟରୁ ପରିବା ଆସେ । କର୍ଣ୍ଣାଟକ, ନାସିକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଏବେ ଲଗାଣ ବର୍ଷା। ବର୍ଷା ଛାଡିବାର ନାଁ ନାହିଁ। ତେଣୁ ସେଠୁ ଓଡିଶାକୁ ପନିପରିବା ଆଣିବା ବେଳେ ରେଟ ଅଧିକ ରହୁଛି, ସେହି ଅନୁସାରେ ଗାଡି ଭଡା ଅନ୍ୟ ଖର୍ଚ୍ଚ ମଧ୍ୟ ବଢୁଛି। ତେଣୁ ପରିବା ଦର ଟିକେ ରେଟ ରହୁଛି। ରାଜ୍ୟରେ ବର୍ଷା ଛାଡିଲେ ସ୍ୱାଭାବିକ ସ୍ଥିତି ହୋଇଯିବ ବୋଲି କହିଛନ୍ତି କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ୱାଇଁ।।ଯୋଗାଣ ବିଭାଗର ବୈଠକ ବସିବାକୁ ଥିବା ବେଳେ ରାଜ୍ୟସରକାରଙ୍କ  ବାତ୍ୟା ସହ କଳାବଜାରୀ ରୋକିବା ଉପରେ ରହିଛି ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
A storm has | Argus News