Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନ୍ତର୍ଜାତୀୟ ମହିଳା ଦିବସରେ ଦୁଇ ମହିଳାଙ୍କ ସଂଘର୍ଷର କାହାଣୀ

Ritu Das
Browse all articles by Ritu Das
·2 years ago·2 min read
ଅନ୍ତର୍ଜାତୀୟ ମହିଳା ଦିବସରେ ଦୁଇ ମହିଳାଙ୍କ ସଂଘର୍ଷର କାହାଣୀ

ଅର୍ଗସ ବ୍ୟୁରୋ: ଦୁଇ ମାସ ତଳେ ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିର ଏ ଦୃଶ୍ୟ ସାରା ରାଜ୍ୟକୁ କରିଦେଇଥିଲା ସ୍ତମ୍ଭୀଭୂତ। ଝିଅ ଜନ୍ମ ହେଲା ବୋଲି ପରିତ୍ୟକ୍ତ ବୋରୱେଲ ଗାତରେ ନବଜାତକୁ ଫିଙ୍ଗି ଦେଇ ଚାଲିଗଲା ମାଆ । ସେ ଥିଲା ଜଣେ ମା, ଆଉ ଇଏ ବି ଜଣେ ମା, ଯିଏ ଦୁଇ ଝିଅଙ୍କୁ ମଣିଷ କରିବା ପାଇଁ 18 ବର୍ଷ ହେଲା କରିଆସୁଛନ୍ତି ସାଧନା। ପ୍ରତି ମୁହୂର୍ତ୍ତରେ ଦେଖୁଛନ୍ତି ସ୍ବପ୍ନ । ପୁଣି ଭୁବନେଶ୍ବରରେ ନିଜର ଝିଅ ଜନ୍ମ ହୋଇଥିବା କଥା ଶୁଣି ଡିଏନଏ ଟେଷ୍ଟ ପାଇଁ ଅଡ଼ି ବସିଥିଲା ବାପା । ଏଠି ସଂଘର୍ଷର ନିଆଁ ତାପି ତାପି ନିଜ ଦୁଇ ଝିଅଙ୍କ ପାଇଁ ସଫଳତାର ରାସ୍ତା ନିର୍ମାଣରେ ବ୍ୟସ୍ତ ମାଆ। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ମା' ମାନଙ୍କୁ ସଲାମ।

ବରଗଡ଼ ଜିଲ୍ଲା ଗୋବିନ୍ଦପାଲିର ରୀନା ସାହୁ । ସେ ସମାଜ ପାଇଁ କେବଳ ଉଦାହରଣ ନୁହନ୍ତି, ସ୍ବାବଲମ୍ବୀ, ସଂଘର୍ଷ ଓ ସଫଳତା ଏଭଳି କିଛି ଶବ୍ଦର ସେ ପ୍ରତିଶବ୍ଦ । ଘରୁ ବାହାରି ସହରରେ ନିଜସ୍ବ ପରିଚୟ ସୃଷ୍ଟି କରିପାରିଛନ୍ତି ରୀନା। ଗୋବିନ୍ଦପାଲି ଅଞ୍ଚଳରେ ଏକ କୁଡିଆ ଘରେ ଝଳଖିଆ ଦୋକାନ କରି ସ୍ବାବଲମ୍ବୀ ହୋଇପାଇଛନ୍ତି । ସକାଳୁ ଉଠି ପ୍ରତିଦିନ ଜଳଖିଆ ଦୋକାନ ଖୋଲନ୍ତି, ସେ ଦୋକାନ ଖୋଲୁ ଖୋଲୁ ଲାଗେ ଗ୍ରାହକଙ୍କ ଭିଡ। ମୁଖ୍ୟତଃ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଅତି କମ ଦାମରେ ପରସି ଦିଅନ୍ତି ସ୍ବାଦିଷ୍ଟ ଜଳଖିଆ। ଏଇଥିପାଇଁ ତ ରୀନାଙ୍କୁ ସମସ୍ତେ ମାଆ ବୋଲି ସମ୍ବୋଧନ କରନ୍ତି। ସମସ୍ତେ କହନ୍ତି ମାଆ ହେବ ତ ରୀନାଙ୍କ ଭଳି। 

ଆଉ ଇଏ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ପାଇକମାଳ ବାସିନ୍ଦା କଳ୍ପନା ଦାସ। ଏହି ଟେମ୍ପୋ ହେଉଛି ତାଙ୍କ ରୋଜଗାରର ମାଧ୍ୟମ। ସ୍ୱାମୀ ଲିଙ୍ଗରାଜଙ୍କ ସହ ଦୁଇ ଝିଅ ଡଲିରାଣୀ ଓ ପ୍ରିୟାରାଣୀଙ୍କୁ ନେଇ ତାଙ୍କ ସଂସାର। ସ୍ୱାମୀ ଜଣେ ଟ୍ରକ ଡ୍ରାଇଭର, ନିଜେ କଳ୍ପନା ବି ସ୍ୱରୋଜଗାର ପାଇଁ ଟେମ୍ପୋ ଚଳାଇ ହୋଇପାରିଛନ୍ତି ସ୍ବାବଲମ୍ବୀ । ନାରୀ ସଶକ୍ତିକରଣର ଏହି ଅନନ୍ୟ ଉଦାହରଣ ପଛରେ ସ୍ବାମୀଙ୍କର ରହିଛି ବେଶ ସହଯୋଗ । ଗ୍ରାମାଞ୍ଚଳରେ ଲୋକଙ୍କ ଟାହିଟାପରାକୁ ଖାତିର ନକରି ନିଜ ଟେମ୍ପୋରେ ଜୀବନର ରାସ୍ତା ମାପି ଚାଲିଛନ୍ତି କଳ୍ପନା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ରୀନା ହୁଅନ୍ତୁ କି କଳ୍ପନା। ଦୁଇ ଜଣ ମହିଳାଙ୍କ ଦୁଇଟି କାହାଣୀ। ଉଭୟେ ନାରୀ ସଶକ୍ତିକରଣର ଧ୍ବଜା ବାହକ। ଏମାନଙ୍କ ପାଖରେ ନ ଥାଇ ପାରେ କୋଟି କୋଟି ଟଙ୍କା, ହେଲେ ଜୀବନ ଜିଇଁବାର ମନ୍ତ୍ର ଏମାନଙ୍କୁ ବେଶ୍ ଜଣା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
A story of two women's | Argus News