Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭିସୁଟ୍ ସମାବର୍ତ୍ତନ ଉତ୍ସବରେ ଅଜବ ଘଟଣା

Odisha

ଭିସୁଟ୍ ସମାବର୍ତ୍ତନ ଉତ୍ସବରେ ଅଜବ ଘଟଣା

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଭିସୁଟ୍ ସମାବର୍ତ୍ତନ ଉତ୍ସବରେ ଅଜବ ଘଟଣା

ଅର୍ଗସ ବ୍ୟୁରୋ : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ବଡ଼ କାର୍ଯ୍ୟକ୍ରମ। ଅତିଥି ଭାବେ ଯୋଗ ଦେଇଥିଲେ ଦେଶର ରାଷ୍ଟ୍ରପତି, ରାଜ୍ୟପାଳଙ୍କଠାରୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଭଳି ଅତିଥି। ଉତ୍ସବ ଆରମ୍ଭରେ ରାଷ୍ଟ୍ରପତିଙ୍କଠାରୁ ସ୍ବର୍ଣ୍ଣପଦକ ଓ ପ୍ରମାଣପତ୍ର ଗ୍ରହଣ କରୁଥିଲେ ବିଭିନ୍ନ ବିଭାଗରେ ଟପ୍ପର ହୋଇଥିବା ଓ ପିଏଚଡି ହାସଲ କରିଥିବା ଛାତ୍ରଛାତ୍ରୀ। ଜଣେ ଛାତ୍ରୀ ତ ପାଞ୍ଚ ପାଞ୍ଚଟି ସ୍ବର୍ଣ୍ଣପଦକ ପାଇଲେ। କିନ୍ତୁ ବିଡ଼ମ୍ବନାର କଥା ସଭାଗୃହରେ ନ ଥିଲା ସେମିତି ଉତ୍ସାହ, ଶୁଭୁ ନ ଥିଲା ସେମିତି ତାଳି ଶବ୍ଦ। ଲାଗୁଥିଲା ଏହି ଛାତ୍ରୀଙ୍କ ସଫଳତାରେ ଯେମିତି ଖୁସି ନ ଥିଲେ ଅନ୍ୟ ଛାତ୍ରଛାତ୍ରୀ। ଏହି ବ୍ୟତିକ୍ରମ ସମ୍ପର୍କରେ ନିଜ ଉଦବୋଧନରେ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ତାଳି ମାରି ସଫଳ ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ କହିଲେ ଧର୍ମେନ୍ଦ୍ର। 
 

ଅଧିକ ପଢନ୍ତୁ : ଭିସୁଟରେ ପଢୁଥିବା ସାଧାରଣ ଘରର ପିଲାମାନେ ଭାରତର ବୈଜ୍ଞାନିକ ଉପଲବ୍ଧିର ମେରୁଦଣ୍ଡ

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବଲିଉଡ୍ ଫିଲ୍ମ ଥ୍ରି ଇଡିଅଟସର ବି ଉଦାହରଣ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।  ସାଧାରଣତଃ ଏପରି ଉତ୍ସବରେ ଜୋରଦାର ଶୁଭେ ତାଳିର ଗୁଞ୍ଜରଣ । କିନ୍ତୁ ବୁର୍ଲାରେ ସ୍ଥିତି ଥିଲା ଅସ୍ବାଭାବିକ। ଛାତ୍ରଛାତ୍ରୀଙ୍କ ଆଚରଣ ଓ ନିରବତା ଥିଲା ଆଶ୍ଚର୍ଯ୍ୟଜନକ । ଏତିକି ବେଳେ ତାଳି ପ୍ରସଙ୍ଗରେ ଉତ୍ତର ଦେଇଥିଲେ ଜଣେ ଛାତ୍ରୀ। କହିଥିଲେ ସଭାସ୍ଥଳରେ ତାଳି ନ ମାରିବାକୁ ହୋଇଥିଲା ନିର୍ଦ୍ଦେଶ। କେନ୍ଦ୍ରମନ୍ତ୍ରୀଙ୍କ କହିବା ପରେ ତାଳି ଶବ୍ଦରେ କମ୍ପି ଉଠିଥିଲା ସଭା ସ୍ଥଳ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭରିଯାଇଥିଲା ଉତ୍ସାହ। 
ତେବେ ଭିସୁଟ ସମାବର୍ତ୍ତନ ଉତ୍ସବର ଏହି ଘଟଣା ସୃଷ୍ଟି କରିଛି ବଡ଼ ପ୍ରଶ୍ନ। ଏକ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଳି ନ ମାରିବାକୁ କିଏ ଦେଇଥିଲା ନିର୍ଦ୍ଦେଶ ? ଛାତ୍ରଛାତ୍ରୀଙ୍କୁ ତାଳି ନ ମାରିବାକୁ କହିଥିଲା କିଏ ? ଛାତ୍ରଛାତ୍ରୀଙ୍କ ଉପରେ ଏମିତି କଟକଣା ଜାରି କରିବା ପଛରେ କଣ ଥିଲା ଉଦ୍ଦେଶ୍ୟ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored