ସାରା ରାଜ୍ୟରେ ଜୋରଦାର ମୋଦି ଲହର

ଅର୍ଗସ ବ୍ୟୁରୋ: ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ବିଜେପି ଶିବିରରେ ଉତ୍ସାହ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟବ୍ୟାପୀ ଦେଖାଦେଇଛି ମୋଦିଙ୍କ ଲହର । ବ୍ରହ୍ମପୁର ଓ ନବରଙ୍ଗପୁର ସଭାରେ ୨୫ ବର୍ଷର ବିଜେଡି ସରକାରର ବିଫଳତାକୁ କରିଛନ୍ତି ଟାର୍ଗେଟ ।ଓଡ଼ିଆ ସଂସ୍କୃତି ପ୍ରସଙ୍ଗରେ ବି ମୋଦି କରିଛନ୍ତି ଟାର୍ଗେଟ । ମୋଦିଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଓଡ଼ିଶା ବାସୀ । ୨୫ ବର୍ଷର ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତାକୁ ବୁଝୁନାହାନ୍ତି । ଓଡ଼ିଆ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବାକୁ ପ୍ରଥମେ ଓଡ଼ିଆ ବୁଝିବା ଦରକାର । ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝୁନାହାନ୍ତି । ସେ ଲୋକଙ୍କ ଦୁଃଖ କଣ ବୁଝିବେ ବୋଲି ମତ ପ୍ରକାଶ ପାଇଛି ।
ମୋଦି ଜଗନ୍ନାଥଙ୍କ କ୍ଷେତ୍ରକୁ ଭବ୍ୟ ବନାଇବ, ଏହା ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ପିଏମ୍ । ଏହାସହ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରାଯାଇଥିଲା । ବିଶ୍ବର ସବୁ ବଡ଼ ନେତାଙ୍କୁ ଏହାକୁ ଦେଖିଲେ, ଓଡ଼ିଶାର ଐତିହ୍ୟ ଜାଣିଲେ ବୋଲି କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: