Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲ ପାଣି ଟାଙ୍କି ଭୁଶୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago·1 min read
ସ୍କୁଲ ପାଣି ଟାଙ୍କି ଭୁଶୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଛାତ୍ର ମୃତ। ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ପଦମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲ (ଆବାସିକ ବିଦ୍ୟାଳୟ)ର ପାଣି ଟାଙ୍କି ଭୁଶୁଡ଼ିବାରୁ ଜଣେ ୧୦ ବର୍ଷର ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ନାରାୟଣ ଟୁଡୁ। ସେ ନର୍ସରୀରେ ପଢୁଥିଲେ। ତେବେ ଆଜି ସକାଳ ସାତଟା ସମୟରେ ଛାତ୍ର ନାରାୟଣ ଖାଇସାରି ହାତ ଧୋଇବାକୁ ଯାଇଥିଲେ। ଏହି ସମୟରେ ଛାତରେ ଥିବା ପାଣି ଟାଙ୍କି ଭୁଶୁଡ଼ି ଯିବାରୁ ନାରାୟଣଙ୍କ ଉପରେ ପଡ଼ିଥିଲା। 

ତାଙ୍କୁ ଗୁରୁତର ଅବସ୍ଥାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପିଲାଟିର ଘର ଖୋର୍ଦ୍ଧା ଜିଲ୍ଲା ବାରଙ୍ଗ ବୋଲି ଜଣାପଡିଛି। ଏହି ଘଟଣା ମୃତ୍ୟୁ ଘଟଣାରେ ବାଲେଶ୍ୱର ଜିଲ୍ଲାପାଳ  ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଡିଏମଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ଏହାର ତଦନ୍ତ କରିବେ ବୋଲି କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A student died | Argus News