ଗଣିତ ପରୀକ୍ଷା ଦେଉଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ଛାତ୍ରୀ

କେନ୍ଦୁଝର: ପରୀକ୍ଷା ଦେବାବେଳେ ଅସୁସ୍ଥ ହୋଇପଡିଲେ ଛାତ୍ରୀ । ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ପାଇଁ ଛାତ୍ରୀଜଣଙ୍କ ଅସୁସ୍ଥ ହୋଇପଡିଛନ୍ତି । ପରିବାର ଲୋକେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଥିବା ବରାହୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମନିଷା ଜେନା ଅସୁସ୍ଥ ହୋଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ଆଜି ମନିଶା ଗଣିତ ପରୀକ୍ଷା ଦେଉଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ମନିଷାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ମନିଷାକୁ ଉଦ୍ଧାର କରି ପ୍ରଥମେ ହାଟଡିହି ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥା ଗୁରୁତର ହେବାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପରୀକ୍ଷା କେନ୍ଦ୍ରରେ ଝରକା କବାଟ ବନ୍ଦ କରିବା ସହ ଫ୍ୟାନ ବୁଲୁ ନଥିବାରୁ ମନିଷାର ଏଭଳି ଅବସ୍ଥା ହୋଇଥିବା ମନିଷାଙ୍କ ବାପା ଅଭିଯୋଗ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...