Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ 

ସୁବର୍ଣ୍ଣପୁର:  ଅସୁରକ୍ଷିତ ଛାତ୍ରୀ ନିବାସ । ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ । ସୁବଳୟା କସ୍ତୁରବା ଗାନ୍ଧି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଘଟିଛି ଘଟଣା । ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଭିଯୋଗ ପରେ ଯୁବକକୁ ଅଟକ ରଖିଛି ସୁବଳୟା ପୋଲିସ । ଅଭିଯୋଗ ଅନୁସାରେ ଗତକାଲି ରାତି ପ୍ରାୟ ୯ ଟା ସମୟରେ ଲାଇନ୍ ନଥିବା ସମୟରେ ଅଜୟ ମହାନନ୍ଦ ନାମକ ଜଣେ ଯୁବକ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ କୁ ଯାଇ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ ।

ଲାଇନ୍ ଆସିବା ପରେ ଅନ୍ୟ ଛାତ୍ରୀ ଏବଂ ନାଇଟ୍ ୱାଚର୍ ଉଭୟଙ୍କୁ ଅସଂଜତ ଅବସ୍ଥାରେ ଦେଖି ପାଟି ତୁଣ୍ଡ କରିବା ସହିତ ଯୁବକଙ୍କୁ ଅଟକ ରଖିଥିଲେ । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଖବର ଦେଇଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସୁବଳୟା ପୋଲିସ କେସ ନଂ ୧୭୯ ରେ ଏକ ମାମଲା ରୁଜୁ କରି ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଆଜି ଉଭୟଙ୍କ ଡାକ୍ତରୀ ମାଇନା କରିବାକୁ ପଠାଇ ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ହଷ୍ଟେଲରେ ଥିବା ୱାଡେନ ଗତ କାଲି ବିନା ଛୁଟିରେ ଅନୁପସ୍ଥିତ ଥିବା ଅଭିଯୋଗ ହୋଇଛି । ଏହାର ସୁଯୋଗ ନେଇ ଯୁବକ ଜଣକ ଭିତରକୁ ଯାଇ ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Insecure student Hostel. A student was misbehaved inside the hostel late at night | Argus News