Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାଶିବରାତ୍ରିରେ ଘଟିଲା ଅଲୌକିକ ଘଟଣା, ମନ୍ଦିର ଭିତରେ କ୍ଷୀର ପିଇଲେ ନାଗ

Odisha

ମହାଶିବରାତ୍ରିରେ ଘଟିଲା ଅଲୌକିକ ଘଟଣା, ମନ୍ଦିର ଭିତରେ କ୍ଷୀର ପିଇଲେ ନାଗ

Manini Pattanayak
Browse all articles by Manini Pattanayak
·2 years ago·1 min read
ମହାଶିବରାତ୍ରିରେ ଘଟିଲା ଅଲୌକିକ ଘଟଣା, ମନ୍ଦିର ଭିତରେ କ୍ଷୀର ପିଇଲେ ନାଗ

ବାଲେଶ୍ୱର: ପବିତ୍ର ମହାଶିବରାତ୍ରିରେ ଘଟିଲା ଅଲୌକିକ ଘଟଣା। ଭକ୍ତଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ମନ୍ଦିର ଭିତରେ ସ୍ୱୟଂ ଦର୍ଶନ ଦେଲେ ନାଗରାଜ। ନୀଳଗିରି ର ସଜନାଗଡ଼ ଠାରେ ତେଣ୍ଡା ଗ୍ରାମରେ ଥିବା ରୁଖି ତଥା ଶଙ୍ଖେଶ୍ୱର  ମହାଦେବଙ୍କ ଠାରେ ଗତକାଲି ଜାଗର ପୂଜାର୍ଚ୍ଚନା ଚାଲିଥିବା ବେଳେ ମହାଦେବ ଙ୍କ ମହାଦୀପ ଦୀପ ଉଠିବା ପୂର୍ବରୁ ରାତି ପ୍ରାୟ ୧୨ ଟା ପରେ ସ୍ୱଂୟ ନାଗରାଜ ଆସି କ୍ଷୀର ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଭକ୍ତ ଓ ଅଞ୍ଚଳବାସୀଙ୍କ ପୂଜାରେ ମହାଦେବ ସନ୍ତୁଷ୍ଟ ହୋଇ ସ୍ୱଂୟ ନାଗରାଜ ରୂପରେ ଦର୍ଶନ ଦେଇଥିବାରୁ ପ୍ରଭୁଙ୍କ ଦର୍ଶନ ପାଇ କରୁଣା ଲାଭ କରିଛନ୍ତି ଅଞ୍ଚଳବାସୀ। କୁଳଡିହା ଅଭୟାରଣ୍ୟ ର ପାଦଦେଶରେ ଗୋଟିଏ ବିରାଟ ପଥର ଚତୀରି ଭିତରୁ ଆବିର୍ଭୁତ ବାବା ଶଙ୍ଖେଶ୍ୱର ମନ୍ଦିର। ବାବା ଲିଙ୍ଗ ଙ୍କ ଅବସ୍ଥାନ ପାର୍ଶ୍ଵରେ ଗୋଟିଏ ସୁଡଙ୍ଗ ଭିତରେ ଭିତରେ ଥବାରୁ ସେଇ ସୁଡଙ୍ଗ ଦେଇ ନାଗରାଜ ଆସି କ୍ଷୀର ପିଇ ବହୁତ ସମୟ ପର୍ଯ୍ୟନ୍ତ ଦର୍ଶନ ଦେଇଥିବା କହିଛନ୍ତି ଭକ୍ତ। ଏହି ଶୈବପୀଠ ରେ ଉନ୍ନତି ପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A supernatural event happened on Mahashivratri, a snake drank milk inside the temple | Argus News